PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଭବାନୀପାଟଣାରେ ଛତରଯାତ୍ରା ପାଳିତ, ରକ୍ତରଞ୍ଜିତ ହେଲା ମା’ ମାଣିକେଶ୍ଵରୀଙ୍କ ପୀଠ

ଧର୍ମଗଡ଼, ୦୩/୧୦ : ଆଜି କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ଵରୀଙ୍କ ଛତରଯାତ୍ରା l ଏହି ଅବସରରେ ଭବାନୀପାଟଣା ଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି l ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଭକ୍ତମାନେ ମା’ଙ୍କ ଛତରଯାତ୍ରାରେ ସାମିଲ ହୋଇ ପାରିନଥିଲେ। ହେଲେ ଚଳିତ ବର୍ଷ କଟକଣା ନଥିବାରୁ ମା’ ମାଣିକେଶ୍ଵରୀଙ୍କ ଛତରଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

ଅଷ୍ଟମୀ ମଧ୍ୟରାତ୍ରୀରୁ ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରାତଃରୁ ଭବାନୀପାଟଣା ସହରର ଜେନାଖାଲ ଠାରୁ ମା’ଙ୍କ ଛତର ରାଜପ୍ରସାଦ ସ୍ଥିତ ମାଣିକେଶ୍ଵରୀ ମନ୍ଦିରକୁ ପ୍ରତ୍ୟାବର୍ତନ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ମାନସିକଧାରୀମାନେ ବଳି ପ୍ରଥା ପାଳନ କରିଛନ୍ତି। ପଶୁ ଓ ପକ୍ଷୀଙ୍କ ବଳିରେ ଭବାନୀପାଟଣା ରାସ୍ତା ରକ୍ତରଞ୍ଜିତ ହୋଇଛି। ଛତରଯାତ୍ରାରେ ବଜା ଏବଂ ଘଣ୍ଟରେ ଦୁଲୁକୁଛି ସାରା ସହର। ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ୩ଟି କଣ୍ଟ୍ରୋଲ ରୁମ୍ ଏବଂ ୨୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l