ବାଇକ୍କୁ ପଛପଟୁ ଧକ୍କା ଦେଲା ବାଇକ୍, ୨ ଗୁରୁତର

ଛତ୍ରପୁର, ୨୫/୦୧ : ବାଇକ୍କୁ ପଛପଟୁ ଧକ୍କା ଦେଲା ବାଇକ୍। ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟସ୍ଥ ୧୬ ନମ୍ଵର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବାଇକ୍କୁ ଅନ୍ୟ ଏକ ବାଇକ୍କୁ ଧକ୍କା ଦେବା ଫଳରେ ଉଭୟ ଚାଳକ ବ୍ୟାରିକେଡ୍ରେ ମାଡ଼ ହୋଇ ପଡ଼ିଯାଇଥିଲେ। ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ମଲାଡ଼ ଗ୍ରାମପଞ୍ଚାୟତ ଶ୍ରୀବଣା ଗ୍ରାମର ଡମ୍ବୁରୁଧର ନାୟକ (୩୪ ବର୍ଷ) ଓ ରାମଗଡ଼ ଗ୍ରାମପଞ୍ଚାୟତ ପାଲୁରୁ ଗ୍ରାମର ପ୍ରଶାନ୍ତ କୁମାର ଦାସ (୩୨ ବର୍ଷ)।
ସୂଚନା ଅନୁସାରେ, ଶ୍ରୀବଣା ଗ୍ରାମର ଡମ୍ବୁରୁଧର ନାୟକ ନିଜ କାର୍ଯ୍ୟରେ କଳିଆବାଲି ଯାଉଥିବା ବେଳେ ପଛରୁ ଆସୁଥିବା ସନ୍ତୋଷ କୁମାର ଦାସ ଓ ପ୍ରଶାନ୍ତ କୁମାର ଦାସଙ୍କ ବାଇକ୍ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ଉଭୟ ଚାଳକ ବ୍ୟାରିକେଡ୍ରେ ମାଡ଼ ହୋଇ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଅନ୍ୟ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।