ରାୟପୁର : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ଭୀରୁତାର କାର୍ଯ୍ୟ ସାମ୍ନାକୁ ଆସିଛି। ନକ୍ସଲଙ୍କ ଦ୍ୱାରା ଲଗାଯାଇ ଥିବା ବାରୁଦୀ ସୁଡ଼ଙ୍ଗରେ ବିସ୍ଫୋରଣ ହେବାରୁ ୩ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଯେବେ ଡିଆରଜିର ଯବାନ ଏକ ଆଇଇଡିକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିଲେ , ସେତେବେଳେ ଏଥିରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଜଣେ ଇନସ୍ପେକ୍ଟରଙ୍କ ସମେତ ଡିଆରଜିର ୩ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

ଉଲ୍ଲେଖନୀୟ ଯେ, ୩୧ ମାର୍ଚ୍ଚରେ ନକ୍ସଲବାଦରୁ ମୁକ୍ତ ଘୋଷିତ କରାଯିବା ପରେ ରାଜ୍ୟରେ ନକ୍ସଲୀ କାର୍ଯ୍ୟକଳାପ ସହ ଜଡ଼ିତ ଏହା ପ୍ରଥମ ବିସ୍ଫୋରଣ ଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ବିସ୍ଫୋରଣ ଛୋଟେବେଠିଆ ପୁଲିସ ଥାନା ଅଞ୍ଚଳ ଅନ୍ତର୍ଗତ ଏକ ଜଙ୍ଗଲରେ ହୋଇଛି। ଏହି ଅଞ୍ଚଳ ନାରାୟଣପୁର ଜିଲ୍ଲାର ସୀମା ନିକଟରେ ଅଛି।

ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ ସେହି ସମୟରେ ହୋଇଛି , ଯେବେ ଡିଆରଜିର ଟିମ୍ ନକ୍ସଲଙ୍କ ଲଗାଯାଇ ଥିବା ଆଇଇଡିକୁ ଚିହ୍ନଟ କରି ନିଷ୍କ୍ରିୟ କରିବାର ଅଭିଯାନ ଚଳାଇ ଥିଲେ। ଅଭିଯାନ ବେଳେ ସୁରକ୍ଷାକର୍ମୀଙ୍କୁ ଏକ ଆଇଇଡି ମିଳି ଥିଲା। ଯବାନ ଯେବେ ଆଇଇଡିକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିଲେ , ସେତେବେଳେ ଏଥିରେ ବିସ୍ଫୋରଣ ହୋଇଥିଲା। ଏଥିରୁ ଜଣେ ଯବାନ ଗୁରୁତର ରୂପେ ଆହତ ହୋଇଛନ୍ତି। ଏଥିରେ ତିନି ଜଣ ସହିଦ ହୋଇଛନ୍ତି।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଯୋଗାଇ ଥିଲେ। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ, ଗୁଇନ୍ଦା ସୂଚନା ଏବଂ ସମ୍ପ୍ରତି ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ଠାରୁ ମିଳିଥିବା ସୂଚନା ସାହାଯ୍ୟରେ ବଡ଼ ସଫଳତା ହାସଲ କରାଯାଇଛି, କାଙ୍କେର ସମେତ ବସ୍ତର ରେଞ୍ଜର ସାତଟି ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ପୂର୍ବରୁ ଲଗାଯାଇଥିବା ଶହ ଶହ ଆଇଇଡିକୁ ଚିହ୍ନଟ କରାଯାଇଛି, ଏହା ବ୍ୟତୀତ ଏହି ଆଇଇଡିଗୁଡ଼ିକୁ ସମୟ ମଧ୍ରେ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରାଯାଇଛି ।