PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଛତିଶଗଡରେ ନକ୍ସଲଙ୍କ ସହ ସଂଘର୍ଷ ବେଳେ ୪ ବିଏସ୍ଏଫ୍ ଯବାନ ଶହୀଦ

ରାୟପୁର,୪।୪: ଛତିଶଗଡର କାଙ୍କୋରରେ ନକ୍ସଲଙ୍କ ସହିତ ସଂଘର୍ଷ ବେଳେ ବିଏସଏଫର ୪ ଜଣ ଯବାନ ଶହୀଦ ହୋଇଛନ୍ତି। ପୂର୍ବରୁ ଖବର ମିଳିଥିଲା ଜଣେ ଯବାନ ଶହୀଦ ହୋଇଛନ୍ତି ଓ ଦୁଇଜଣ ଆହତ ହୋଇଛନ୍ତି, କିନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାଟି ପଙ୍ଖାଜୁର ଠାରୁ ୩୫ କିଲୋମିଟର ଦୂର ମହଲା ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ଘଟିଛି। ଶହୀଦଙ୍କ ମଧ୍ୟରେ ପି. ରାମା କୃଷ୍ଣ ନାମକ ଜଣେ ଯବାନ ରହିଛନ୍ତି, ଯିଏକି ଆନ୍ଧପ୍ରଦେଶର ଥିଲେ।

ଗୁରୁବାର ସକାଳେ ବିଏସ୍ଏଫର ଯବାନଙ୍କ ତାଙ୍କ ଉପରେ ସେ ସମୟରେ ଆକ୍ରମଣ କରିଥିଲେ ଓ ଗସ୍ତକୁ ବାହାରି ଥିବା ଯବାନଙ୍କ ଉପରେ ଆକ୍ରମଣ ପରେ ସୁରକ୍ଷାକର୍ମୀ ଏହାର ମୋର୍ଚ୍ଚା ସମ୍ଭାଳିଥିଲେ ଓ ନକ୍ସଲଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଆକ୍ରମଣର ପ୍ରାୟ ୩ଘଣ୍ଟା ପରେ ମଧ୍ୟ ନକ୍ସଲ ଓ ସୀମା ସୁରକ୍ଷାବଳ ଯବାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି।

ଛତିଶଗଡରେ ନକ୍ସଲଙ୍କ ଉପରେ ଆକ୍ରମଣ କରିବାର ଏହା ପ୍ରଥମ ମାମଲା ନୁହେଁ। ମାର୍ଚ୍ଚରେ ଦନ୍ତେଓ୍ବାଡରେ ନକ୍ସଲ ଆକ୍ରମଣରେ ଉନ୍ନାଓରେ ରହୁଥିବା ସିଆରପିଏଫ୍ ଯବାନ ଶଶିକାନ୍ତ ତିଓ୍ବାରି ଶହୀଦ ହୋଇଥିଲେ। ଏହି ଆକ୍ରମଣରେ ଆହୁରି ୫ ଜଣ ଯବାନ ମଧ୍ୟ ଆହତ ହୋଇଥିଲେ।