ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୪ ଜଣ ଥିଲେ ମୁସଲମାନ, କିନ୍ତୁ ୧୫୯ ଜଣଙ୍କୁ ବଳପୂର୍ବକ ପଢାଇଲେ ନମାଜ: ଛତିଶଗଡ଼ର ପ୍ରଫେସର ଗିରଫ

Published By : Harapriya Biswal | May 1, 2025 4:55 PM

ନୂଆଦିଲ୍ଲୀ,୧।୫: ଗୁରୁ ଘାସିଦାସ ସେଣ୍ଟ୍ରାଲ ୟୁନିଭର୍ସିଟିର ପ୍ରଫେସର ଗିରଫ। ଅଭିଯୋଗ ରହିଛି ଯେ,ଛତିଶଗଡର ବିଳାସପୁର ଜିଲାରେ ଆୟୋଜିତ ନ୍ୟାସନାଲ ସ୍କିମ୍(ଏନ୍‌ଏସଏସ୍) କ୍ୟାମ୍ପ ବେଳେ ସେ ଅଣମୁସଲମାନ ଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିଥିଲେ। ଘଟଣାକୁ ନେଇ ୨୬ ଏପ୍ରିଲରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।  ଏବେ ପୋଲିସ ପ୍ରଫେସର ଦିଲ୍ଳୀ ଝା’ଙ୍କୁ ଗିରଫ କରିଛି। ଡିଏସପି ରଶ୍ମିତ କୋର ଚାଓ୍ବଲା ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀପ ଝା, ୬ ଫାକଲ୍ଟି ସଦସ୍ୟ ଓ ଜଣେ ଛାତ୍ରଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ଛତିଶଗଡ ଧାର୍ମିକ ସ୍ବତନ୍ତ୍ରତା ଆଇନ ଅନୁସାରେ ଧର୍ମ ଆଧାରରେ ଘୃଣା ସୃଷ୍ଟି କରିବା, ଧାର୍ମିକ ଭାବନା ଓ ଆହତ କରିବା ସହ ବିଭିନ୍ନ ଅନ୍ୟ ଅପରାଧ ଅଭିଯୋଗରେ ମାମଲା ରୁଜୁ କରାଯାଛି। ଅଭିଯୁକ୍ତମାନେ ୩୧ ମାର୍ଚ୍ଚରେ NSS କ୍ୟାମ୍ପରେ ୧୫୯ ଛାତ୍ରଙ୍କୁ ବଳପୂର୍ବକ ନମାଜ ପାଠ କରାଯାଇଥିଲା। ସେଠାରେ କେବଳ ମାତ୍ର ୪ ଜଣ ମୁସଲମାନ ଥିଲେ। କ୍ୟାମ୍ପର ଆୟୋଜନ ୨୬ ମାର୍ଚ୍ଚରୁ ୧ ଏପ୍ରିଲ ଭିତରେ କୋଟା ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଶିବତାରାଇ ଗାଁରେ କରାଯାଇଥିଲା। କ୍ୟାମ୍ପର ଆୟୋଜନ ୨୬ ମାର୍ଚ୍ଚରୁ ୧ ଏପ୍ରିଲ ମଧ୍ୟରେ କୋଟା ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଶିବତାରାଇ ଗାଁରେ କରାଯାଇଥିଲା। 

ଫେରିବା ପରେ ଛାତ୍ରମାନେ ବିକ୍ଷୋ ପ୍ରଦର୍ଶନ କରିଥିଲେ ଓ ହିନ୍ଦୁ ସଂଗଠନ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହାପରେ ପୋଲିସ ପୁରା ମାମଲାର ତଦନ୍ତ ଆରମ୍ଭ କରିଥିଲା। ବିଳାସପୁରର ଏସପି ରଜନୀଶ ସିଂହ ୪ ସଦସ୍ୟଙ୍କ ଏକ କମିଟି ଗଠନ କରିଥିଲେ। ସିଟି ସୁପରିଟେଣ୍ଡେଣ୍ଟ ଅକ୍ଷୟ ସବାଦାରଙ୍କ ନେତୃତ୍ବରେ ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ ଝା’ଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଚାଓ୍ବଲା କହିଛନ୍ତି ଅନ୍ୟ ଲୋକଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.