ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏହି ଦିନ ରିଲିଜ ହେବ ଭିକି କୌଶଳ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ଛାଭା', ଜାଣନ୍ତୁ

Published By : Anindita Ratha | February 16, 2025 12:13 PM

ମୁମ୍ବାଇ,୧୬/୦୨: ଭିକି କୌଶଳ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ଛାଭା' । ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବାର ୨ ଦିନ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି। ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଏବେ ଏହା କେଉଁ OTT ପ୍ଲାଟଫର୍ମରେ ରିଲିଜ୍ ହେବ ତାହା ମଧ୍ୟ ପ୍ରକାଶ ପାଇଛି।

ତେବେ "ଛାଭା" ଚଳଚ୍ଚିତ୍ରଟି ଚଳିତ ବର୍ଷର ସବୁଠାରୁ ବଡ଼ ଓପନିଂ ସିନେମା ହୋଇ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଏହି ବର୍ଷ, କଙ୍ଗନା ରାଣାୱତଙ୍କ ଏମରଜେନ୍ସି ଏବଂ ଅକ୍ଷୟ କୁମାରଙ୍କ ସ୍କାଏଫୋର୍ସ ସମେତ କିଛି ବଡ଼ ସିନେମା ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା । କିନ୍ତୁ ଛାଭା ଆଗରେ ସେଗୁଡ଼ିକ ସବୁ ବିଫଳ ହୋଇଛି । ଭିକିଙ୍କ ଫିଲ୍ମ "ଛାଭା" ପ୍ରଥମ ଦିନରେ ବକ୍ସ ଅଫିସରେ ୩୧ କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ଅକ୍ଷୟଙ୍କ ଫିଲ୍ମ "ସ୍କାଏଫୋର୍ସ" ମାତ୍ର ୧୨ କୋଟି ଟଙ୍କା ରୋଜଗାର କରିଥିଲା। 

ରିପୋର୍ଟ ଅନୁସାରେ,  'ଛାଭା' ଫିଲ୍ମଟି ଖୁବ୍‌ଶୀଘ୍ର ନେଟଫ୍ଲିକ୍ସରେ ରିଲିଜ୍‌ ହେବ। ଫିଲ୍ମଟି ରିଲିଜ୍ ହେବାର ଦେଢ଼ରୁ ଦୁଇ ମାସ ପରେ OTTରେ ରିଲିଜ୍ ହୋଇପାରେ। ଭିକିଙ୍କ ଏପର୍ଯ୍ୟନ୍ତର ସର୍ବୋତ୍ତମ ଫିଲ୍ମଗୁଡ଼ିକୁ ପଛରେ ପକାଇ, 'ଛାଭା' ତାଙ୍କୁ ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ଓପନିଂ ଫିଲ୍ମ ମଧ୍ୟ ଦେଇଛନ୍ତି। ଛାଭା ଚଳଚ୍ଚିତ୍ରଟି ସାମ ବାହାଦୁର, ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାଜି ଭଳି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛି। ଏହି ସିନେମାଟି ଏପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ଡେରେ ମୁକ୍ତିଲାଭ କରିଥିବା ସମସ୍ତ ସିନେମାକୁ ପଛରେ ପକାଇ ଦେଇଛି। ଏବେ ଭିକିଙ୍କ ସିନେମା "ଛାଭା" ୩୧ କୋଟି ରୋଜଗାର କରି ଏହି ରେକର୍ଡ ହାସଲ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.