PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଚେଙ୍କ ନେଲା ୯ ମାସର ଶିଶୁର ଜୀବନ! ଡାକ୍ତରଖାନାରୁ ବିନା ଅନୁମତିରେ ନେଇଯାଇଥିଲେ ପରିବାର, ଏତଲା ପରେ ପଦାକୁ ଆସିଲା ଘଟଣା

ନବରଙ୍ଗପୁର/ରାଇଘର ୩୦/୦୭: ଦୀର୍ଘ ୫ ବର୍ଷ ପରେ ଚେଙ୍କ ନେଇଛି ଜଣେ ୯ ମାସ ଶିଶୁପୁତ୍ରର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଇଘର ବ୍ଲକ ଯୋଡ଼ାପାରା-୨ ଗାଁରେ । ମୃତ ଶିଶୁ ଗାଁର ସୁକଦେବ ଗଣ୍ଡଙ୍କ ପୁଅ । ଦିଶାରୀ (ଗୁଣିଆ) ପାଖରେ ତା ଦେହରେ ପ୍ରାୟ ୨୫ଟି ଚେଙ୍କ ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଶିଶୁପୁତ୍ରକୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିଲା । ପରିବାର ଲୋକେ ତାକୁ ଡାକ୍ତରଖାନା ନେବା ପରିବର୍ତ୍ତେ ପ୍ରଥମେ ଜଣେ ଦିଶାରୀ ପାଖକୁ ନେଇଥିଲେ । ସେଠାରେ ଶିଶୁର ପେଟରେ ଦିଆଯାଇଥିଲା ଚେଙ୍କ। ଅବସ୍ଥା ସୁଧୁରିବା ପରିବର୍ତ୍ତେ ଗୁରୁତର ହୋଇପଡ଼ିବାରୁ ବୁଧବାର ଅପରାହ୍ଣ ସାଢ଼େ ୩ଟାରେ ରାଇଘରର ହାଟଭରଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଶିଶୁକୁ ଘରକୁ ନେଇଯିବା ଲାଗି ଡାକ୍ତରଙ୍କ ପାଖରେ ଅଡ଼ି ବସିଥିଲେ ପରିବାର । କିନ୍ତୁ ଶିଶୁର ଗୁରୁତର ଅବସ୍ଥା ଦେଖି ଆଉ କିଛି ଦିନ ଚିକିତ୍ସା ପରେ ଡିସଚାର୍ଜ କରାଯିବ ବୋଲି କହିଥିଲେ ଡାକ୍ତର । ମାତ୍ର ପରିବାର ଲୋକେ ଶିଶୁର ଦେହରେ ଲାଗିଥିବା ସାଲାଇନ କାଢ଼ି ଘରକୁ ନେଇଯାଇଥିଲେ । ଡାକ୍ତରଖାନାରୁ ବିନା ଡିସଚାର୍ଜରେ ଶିଶୁ ନିଖୋଜ ହୋଇଥିବା ନେଇ ଡାକ୍ତର ଦଶରଥ ନାଗ ରାଇଘର ଥାନାରେ ଏତଲା ଦେଇଥିଲେ । ଏତଲା ଦେବାର ଦିନକ ପରେ ଅର୍ଥାତ ଶୁକ୍ରବାର ସକାଳେ ଶିଶୁର ଜୀବନ ନିଜ ଘରେ ଚାଲିଯାଇଥିଲା ।

ଏ ସଂପର୍କରେ ଡାକ୍ତର ଶ୍ରୀ ନାଗ କହିଛନ୍ତି, ଶିଶୁକୁ ଡାକ୍ତରଖାନା ଆଣିବା ପୂର୍ବରୁ ତା ପେଟରେ ଚେଙ୍କ ଦିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଥିଲା । ପରିବାର ଲୋକ ଶିଶୁକୁ ଡିସଚାର୍ଜ କରିବାକୁ ନିବେଦନ କରିଥିଲେ । ଏହାର କିଛି ସମୟ ପରେ ଡାକ୍ତରଖାନାରୁ ଶିଶୁ ଗାଏବ ହୋଇଯାଇଥିଲା । ତେଣୁ ଥାନାରେ ଏତଲା ଦେବାକୁ ବାଧ୍ୟ ହୋଇଥିଲେ । ରାଇଘର ସିଡିପିଓ ଗୀତାଞ୍ଜଳି ମିଶ୍ର କହିଛନ୍ତି, ଶିଶୁକୁ କିଏ ଚେଙ୍କ ଦେଇଥିଲା ଓ କେବେ ଦିଆଯାଇଥିଲା ତଦନ୍ତ କରାଯାଉଛି, କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଥାଉକି, ୨୦୧୬-୧୭ରେ ଜିଲ୍ଲାର ଆଦିବାସୀମାନେ ଅନ୍ଧବିଶ୍ୱାସର ଶିକାର ହୋଇ ଚେଙ୍କ ଚିକିତ୍ସା ଉପରେ ଭରସା କରିଥିଲେ । ଏହି କାରଣରୁ ସେତେବେଳେ ଜିଲ୍ଲାରେ ୩୩ ଜଣ ଶିଶୁଙ୍କ ଜୀବନ ଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଜିଲ୍ଲାକୁ ଅନ୍ଧବିଶ୍ୱାସରୁ ମୁକୁଳାଇବା ଲାଗି ସ୍ୱତନ୍ତ୍ର ଭାବେ ଜ୍ୟୋତି ଅଭିଯାନ ଆରମ୍ଭ କରିଥିଲେ । ତା ପରଠୁ ଆଉ ଲୋକେ ଚେଙ୍କ ଦେଉନଥିଲେ । ଦୀର୍ଘ ୫ ବର୍ଷ ପରେ ପୁଣି ଚେଙ୍କ ନେଇ ଜିଲ୍ଲାର ଜଣେ ଶିଶୁର ଜୀବନଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର