PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସଫେଇ ଅଭିଯାନରେ ବେହୋସ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ଡାକ୍ତର କହିଲେ…

ଚଣ୍ଡୀଗଡ଼ ୧୩।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରିନୀତ କୈାର ଶନିବାର ଦିନ ନିର୍ବାଚନ କ୍ଷେତ୍ରରେ ବେହୋସ୍ ହୋଇପଡ଼ିଛନ୍ତି। ପ୍ଳାଷ୍ଟିକ ଅଳିଆକୁ ନେଇ ଏକ ସଫେଇ ଅଭିଯାନ ଚାଲିଥିବା ସମୟରେ ପ୍ରିନୀତ ବେହୋସ୍ ହୋଇପଡ଼ିଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ପ୍ରିନୀତଙ୍କୁ ୭୫ ବର୍ଷ ବୟସ ହେବ। ପ୍ରିନୀତ ଏହି ସ୍ବଚ୍ଚତା ଶ୍ରମଦାନ ଅଭିଯାନରେ ସବୁଜ ପତାକା ନେଇ ପହଂଚିଥିଲେ। ଏହାପରେ ବେହୋସ୍ ହୋଇପଡ଼ିଥିଲେ। ଡାକ୍ତରଙ୍କ କହିବାନୁସାରେ, ପ୍ରିନୀତଙ୍କ ବ୍ଲଡ୍ ପ୍ରେସର ମପାଯାଇଥିଲା। ତାହା ଠିକଠାକ୍ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରିନୀତ ଏହା ପୂର୍ବରୁ ପଟିଆଲାରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସମସ୍ତେ ଏହି ଅଭିଯାନରେ ସାମିଲ ମଧ୍ୟ ହୋଇଥିଲେ। ପରିବେଶକୁ ସଫା ସୁତୁରା ରଖିବା ପାଇଁ ଜନତା ସାହାଯ୍ୟ କରିବା ଦରକାର ବୋଲି ପ୍ରିନୀତ ଟ୍ବିଟରରେ ଏକ ମ୍ୟାସେଜ୍ ପୋଷ୍ଟ କରିଛନ୍ତି।