​​​​​​​ଭୁବନେଶ୍ବର, ୧୩।୫ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ  ଶୁଭେଚ୍ଛା ଜଣାଇଛନ୍ତି

ପରୀକ୍ଷା ଫଳ ନିର୍ବିଶେଷରେ, ସମସ୍ତେ ଦୃଢ଼ ଆତ୍ମବିଶ୍ୱାସର ସହ ଜୀବନର ପ୍ରତିଟି ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ନ୍ତୁ। ଏହି ପ୍ରତିଭାବାନ ଯୁବପିଢ଼ି ହିଁ ସମୃଦ୍ଧ ଓଡ଼ିଶାର ସାରଥୀ ସାଜିବେ। ସମସ୍ତ ଛାତ୍ରଛାତ୍ରୀଙ୍କର ସଫଳ ଏବଂ ପ୍ରଗତିଶୀଳ ଭବିଷ୍ୟତ ମୁଖ୍ୟମନ୍ତ୍ରୀ  କାମନା କରିଛନ୍ତି

ସୂଚନାଯୋଗ୍ୟ ଯେ ସିବିଏସଇ ଦ୍ଵାଦଶ ରେଜଲ୍ଟ ରେ ଏଥର ୮୫.୨୦ ପ୍ରତିଶତ ପାସ୍ ହାର ରହିଛି। ଛାତ୍ରୀଙ୍କ ପାସ୍ ହାର ୮୮.୮୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୨.୧୩% ରହିଛି। ଝିଅମାନଙ୍କ ପାସ୍ ହାର ୬.୭୩% ଅଧିକ ରହିଛି।