ଭୁବନେଶ୍ବର,୨୫/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଓୟୁଏଟି କନଫରେନ୍ସରେ ପାଳିତ ହୋଇଯାଇଛି । ଏହି ଅବସରରେ ସିଏମ୍ ଡାସବୋର୍ଡ଼ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଡାସବୋର୍ଡ଼ ଦ୍ଵାରା ସରକାରୀ ଯୋଜନାର ସମସ୍ତ ସୂଚନା ଓ ତଦାରଖ ହୋଇପାରିବ । ସେହିପରି ବ୍ଲକସ୍ତରରେ ଏବେ ଓସୱାସରେ ହେବ କାମ । ଅର୍ଥାତ ବ୍ଲକସ୍ତରରେ ହେବ ପେପର ଲେସ ୱାର୍କ । ଜିଲ୍ଲା, ସବଡିଭିଜନ, ବ୍ଲକ ସ୍ତରରେ ଏହା କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଓସୱାସ ୨.୦ର ଉଦଘାଟନ କରିଛନ୍ତି । ବର୍ତ୍ତମାନ ଜିଲ୍ଲା, ତହସିଲ, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏହା ଲାଗୁ ହେବ । ସେହିପରି ଡାକ୍ତରଖାନରେ ଲମ୍ବା ଧାଡ଼ି ସମସ୍ୟା ଓ ପ୍ରତି ଘରେ ସ୍ୱଚ୍ଛ ଜଳ ଯୋଗାଇବାକୁ ଲୋକାର୍ପଣ ହୋଇଛି ଆମ ସାଥୀ ୟୁନିଫାଏଡ ହ୍ୱାଟ୍ସଅପ ଚାର୍ଟ ବଟ ଆପ । ଜଳ ଯୋଗାଣ ନେଇ କୌଣସି ସମସ୍ୟା ହେଲେ ଏହି ଆପ ଦ୍ଵାରା ଅଭିଯୋଗ କରାଯିବ । ଏହି ଆପର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।