ଭୁବନେଶ୍ବର,୨।୪ : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଧାନସଭା ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଦାଖଲରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ରାମପୁରହାଟ ଏସଡିଓ ଅଫିସରେ ବିଜେପିର ରାମପୁରହାଟ ବିଧାନ ସଭା ପ୍ରାର୍ଥୀ ଧୃବ ଶାହା, ହଂସନ ବିଧାନ ସଭା ପ୍ରାର୍ଥୀ ନିଖିଲ ବାନାର୍ଜୀ, ନଲହାଟୀ ବିଧାନ ସଭା ପ୍ରାର୍ଥୀ ଅନିଲ ସିଂହ ଏବଂ ମୁରାରଇ ବିଧାନ ସଭା ପ୍ରାର୍ଥୀ ରିଙ୍କି ଘୋଷ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଏହି ଅବସରରେ ବୀରଭୂମ ଜିଲ୍ଲାର ରାମପୁରହାଟ ସ୍ଥିତ କାଳୀମନ୍ଦିର ନିକଟସ୍ଥ ସଂଘତା ମୋଡ ଠାରୁ SDO Office ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏକ ବିଶାଳ ରାଲିରେ ଯାଇଥିଲେ । ଏହି ରାଲିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇଥିଲେ । ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।