ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ୧୫ହଜାରରୁ ଉର୍ଦ୍ଧ୍ବ ଚାଷୀ ସାମିଲ ହେବେ

Published By : Prameya | June 17, 2025 9:17 AM

ବଲାଙ୍ଗିର,୧୭/୦୬: ମଙ୍ଗଳବାର ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ସେ ସ୍ଥାନୀୟ ପଥରଚେପା ପଡ଼ିଆରେ ହେବାକୁଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ । ଚାଷୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ କହିବେ । ସେଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଶେଷ  ପର୍ଯ୍ୟାୟରେ ପହଞ୍ଚିଛି । ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ  ବିଜେପି ଶିବିର ଉତ୍ସାହିତ ହୋଇଥିବା ଦେଖାଦେଇଛି । ଜିଲ୍ଲାକୁ କିଛି ବଡଭେଟି ମିଳିପାରେ ବୋଲି ଆଶା କରାଯାଉଛି । ମଙ୍ଗଳବାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ,  ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ  ବିଧାୟକ ଉପସ୍ଥିତ ରହିବେ । 

ମଙ୍ଗଳବାର ସକାଳ  ୯.୪୦ରେ  ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ  ପହଞ୍ଚିବେ । ସେଠାରୁ ସେ କାର ଯୋଗେ ପଥରଚେପା  ସ୍ଥିତ ସମାବେଶ ସ୍ଥଳକୁ ପହଞ୍ଚିବେ । ସେଠାରେ ପ୍ରାୟ  ୨ଘଣ୍ଟାର କାର୍ଯ୍ୟକ୍ରମ ପରେ ୧ଟାରେ ପୁଣି ତୁଷୁରା ଏୟାରଷ୍ଟ୍ରିପ  ଅଭିମୁଖେ ଫେରିଆସିବେ । ଶେଷରେ ୧ଟା ୫୦ରେ  ପୁଣି ସେ ବିମାନଯୋଗେ ଭୁବନେଶ୍ୱରକୁ ଫେରିଯିବେ ।

ସୋମବାର ଦିନତମାମ ପ୍ରଶାସନ ଓ ପୁଲିସ  ସମସ୍ତ ବ୍ୟବସ୍ଥା ନିରୀକ୍ଷଣ କରିଛି । ଜିଲ୍ଲାପାଳ ଗୌରବ ଶିବାଜୀ  ଇସଲୱାର ସମେତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ  ସଚିବ ସୁରେଶ କୁମାର ବଶିଷ୍ଠ, ଓମଫେଡ ଏମଡି ବିଜୟ ଅମୃତ  କୁଲାଙ୍ଗେ ପ୍ରମୁଖ କାର୍ଯ୍ୟକ୍ରମସ୍ଥଳ ବୁଲି ଦେଖିଛନ୍ତି । ସେହିପରି  କାର୍ଯ୍ୟକ୍ରମସ୍ଥଳରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ପ୍ରଦର୍ଶନୀ  ଷ୍ଟଲଗୁଡ଼ିକ ଖୋଲାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ ଗୌରବ ଶିବାଜୀ  ଇସଲୱାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ରାଜ୍ୟସ୍ତରୀୟ କୃଷି  ସମାବେଶରେ ପ୍ରାୟ ୧୫ହଜାରରୁ ଊଦ୍ଧ୍ୱର୍ ଜିଲ୍ଲା ଓ ଜିଲ୍ଲାବାହାରର  ଚାଷୀ ଯୋଗଦେବେ । କାର୍ଯ୍ୟକ୍ରମରେ କେତେକ ସଫଳ ଚାଷୀଙ୍କୁ  ସମ୍ବର୍ଦ୍ଧିତ କରାଯିବ । ଚାଷୀଙ୍କ ବସିବା, ଖାଇବା, ପାର୍କିଂ ପାଇଁ  ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣିପାଗକୁ ନଜରରେ  ରଖି ଉଭୟ ବସିବା ଏବଂ ଷ୍ଟଲଗୁଡ଼ିକରେ ୱାଟରପ୍ରୁଫିଂ  ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ପେଭର ବ୍ଲକ  ପକାଯାଇଛି । ତେଣୁ ଆଶା ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ  ସରିବ । ସେହିପରି ଆଜି ସକାଳେ  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । 

ସେହିପରି କାରକେଡ ରିହରର୍ସଲ  ଏବଂ ପୁଲିସର ପ୍ରସ୍ତୁତି ବୈଠକ  ସରିଛି । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ  ଲାଲ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରି ଶାନ୍ତିଶୃଙ୍ଖଳା  ପରିଚାଳନା ପାଇଁ ୨୦ପ୍ଲାଟୁନ ଫୋର୍ସ, ୧୧୦ ଅଫିସର  ମୁତୟନ ରହିବେ ବୋଲି କହିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.