ବ୍ରହ୍ମପୁର,୦୩/୦୩: ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଗଞ୍ଜାମ ଗସ୍ତରେ ଆସିବେ । ଗଞ୍ଜାମ ଗସ୍ତ ଅବସରରେ ବ୍ରହ୍ମପୁର  ଠାରେ ଜନସଭା ଆୟୋଜନ ସ୍ଥିର  ହୋଇଛି । ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ  କରିବାକୁ ଉଦ୍ଦିଷ୍ଟ ‘ସୁଭଦ୍ରା ଯୋଜନା’ର  ଦ୍ୱିତୀୟ କିସ୍ତି ଅର୍ଥ ଏହି ଠାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ବିତରଣ  କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ କନକ ବର୍ଦ୍ଧନ ସିଂହଦେଓ  ଆସିକା  ଗସ୍ତ ଅବସରରେ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି । 

ଅନ୍ୟପକ୍ଷରେ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା ମଧ୍ୟ ବ୍ରହ୍ମପୁରରେ ସୁଭଦ୍ରା  ଦ୍ୱିତୀୟ କିସ୍ତି ଅର୍ଥ ବିତରଣ ହେବା  ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ  ଗଞ୍ଜାମ ଗସ୍ତ ନିଶ୍ଚିତ ହୋଇଥିବା  ବେଳେ ପ୍ରଶାସନିକ ଓ ଦଳୀୟ ସ୍ତରରେ  ଭିନ୍ନ ଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସୁଭଦ୍ରା ଅର୍ଥ ବଣ୍ଟନ ସହ  ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ  ଓ ଶିଳାନ୍ୟାସ କରିପାରନ୍ତି । ସେଥିପାଇଁ  ଜିଲ୍ଲା ପ୍ରଶାସନ ପ୍ରକଳ୍ପ ତାଲିକା  ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।