କେନ୍ଦୁଝର ସଦର ୨୨/୫(ଆପ୍ର): ବିଜେପି ସରକାଙ୍କ ଐତିହାସିକ ନିଷ୍ପତି ଫଳରେ ଓଡିଶାରେ ପ୍ରଥମ ଥର ପାଇଁ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ମିଳିଲା ୧୧.୨୫ ପ୍ରତିଶତ ସଂରକ୍ଷଣ। ଏନେଇ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟଳୟରେ ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ଲକ୍ଷ୍ମଣ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧନ୍ୟବାଦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଯୋଗେନ୍ଦ୍ର ମହାନ୍ତ, ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚର୍ଚିଲ ମହାକୁଡ ପ୍ରମୁଖ ମଞ୍ଚାସୀନ ହୋଇ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟ ସରକାର ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କୁ ଓବିସି ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କୁ ଶତକଡ଼ା ୧୧.୨୫ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବାରୁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଓବିସି ମୋର୍ଚ୍ଚା ସମେତ ସାମାଜିକ ବର୍ଗର ବିଭିନ୍ନ ବର୍ଗର ମୁଖିଆ ମାନଙ୍କ ଉପସ୍ଥିତିରେ ଏହି ଐତିହାସିକ ପଦକ୍ଷେପ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ଵାଳ ରଜ୍ୟ ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଯାହା ୨୪ ବର୍ଷର ବିଜେଡି ସରକାରରେ ସମ୍ଭବ ହୋଇନଥିଲା ତାହା ବିଜେପି ସରକାରଙ୍କ ମାତ୍ର ୧୧ ମାସ ସରକାର ଭିତରେ ସମ୍ଭବ ହୋଇଛି। ଦୀର୍ଘ ବର୍ଷର ସଂଗ୍ରାମ ପରେ ମୋହନ ଚରଣ ମାଝୀଙ୍କ ସରକାର ଓବିସି ବର୍ଗକୁ ନ୍ୟାୟ ଦେଇଥିବା କହିଛନ୍ତି ଶ୍ରୀ ବିଶ୍ୱାଳ।
ଏହି କାର୍ଯ୍ୟକ୍ରମ ବିଜେପି ଜିଲ୍ଲା ସଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ଓବିସି ମୋର୍ଚ୍ଚାର ସଧାରଣ ସମ୍ପାଦକ ଧନୁର୍ଜୟ ମହାନ୍ତ ଏବଂ କାହ୍ନୁ ଚରଣ ମହାନ୍ତ, ଜିଲ୍ଲା ଉପସଭାପତି ତ୍ରିବେଣୀ ମହାନ୍ତ ଏବଂ ସଞ୍ଜୟ କୁମାର ସାହୁ, ସମ୍ପାଦିକ ଲକ୍ଷ୍ମୀଧର ରାଉତ ତଥା ଅନ୍ୟମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।