ଭୁବନେଶ୍ୱର,୦୪/୧୨: ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ନୌସେନା ଦିବସ ଓ ନୌସେନା ସପ୍ତାହରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ। ଏନେଇ କେରଳ ଥିରୁଅନନ୍ତପୁରମସ୍ଥିତ ଶାଙ୍ଗୁମୁଘାନରେ ରଙ୍ଗାରଙ୍ଗ ଶୋ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ବହୁ ଲଢୁଆ ଜାହାଜ ଓ ବିମାନ ଭାଗ ନେବେ।
ଭାରତୀୟ ନୌସେନା ଦିବସ ଅବସରରେ, ଆମେ ରାଷ୍ଟ୍ରର ସାମୁଦ୍ରିକ ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ଅସୀମ ସାହସୀ ସୈନିକମାନଙ୍କର ଅତୁଳନୀୟ ସେବା ଓ ସର୍ବୋଚ୍ଚ ପ୍ରତିବଦ୍ଧତା ପ୍ରତି ଗଭୀର କୃତଜ୍ଞତା ଓ ଆନ୍ତରିକ ସମ୍ମାନ ଜଣାଉଛି।
— Mohan Charan Majhi (@MohanMOdisha) December 4, 2025
ସମୁଦ୍ରର ଅଦମ୍ୟ ଶକ୍ତି ଭାବରେ, ଆପଣମାନଙ୍କର ଉତ୍କୃଷ୍ଟ ବୃତ୍ତିଗତ ଦକ୍ଷତା… pic.twitter.com/QtAZF4mRJK
ନୌସେନା ଦିବସକୁ ନେଶ୍ଇରଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ କରି ଲେଖିଛନ୍ତି ,ଭାରତୀୟ ନୌସେନା ଦିବସ ଅବସରରେ, ଆମେ ରାଷ୍ଟ୍ରର ସାମୁଦ୍ରିକ ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ଅସୀମ ସାହସୀ ସୈନିକମାନଙ୍କର ଅତୁଳନୀୟ ସେବା ଓ ସର୍ବୋଚ୍ଚ ପ୍ରତିବଦ୍ଧତା ପ୍ରତି ଗଭୀର କୃତଜ୍ଞତା ଓ ଆନ୍ତରିକ ସମ୍ମାନ ଜଣାଉଛି। ସମୁଦ୍ରର ଅଦମ୍ୟ ଶକ୍ତି ଭାବରେ, ଆପଣମାନଙ୍କର ଉତ୍କୃଷ୍ଟ ବୃତ୍ତିଗତ ଦକ୍ଷତା ଏବଂ ଦେଶ ପ୍ରତି ସମର୍ପଣ ଭାବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ୧୯୭୧ ମସିହା ଡିସେମ୍ବର ୩ରେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ ୩ଟି ଯୁଦ୍ଧ ଜାହାଜ ସର୍ବାଧିକ ବେଗରେ କରାଚି ଆଡକୁ ଗରି କରି ପାକିସ୍ତାନ ନୌସେନାକୁ ଟକ୍କର ଦେଇଥିଲେ । ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ । ଭାରତର ନୌସେନାକୁ ଏହି ସଫଳତା ଦେବା ପଛରେ ଆକ୍ରମଣର ନେତୃତ୍ୱ ନେଇଥିବା କମ୍ମାଣ୍ଡର କେ ପି ଗୋପାଳ ରାଓ ହିଁ ଥିଲେ । ଅପରେସନ ଟ୍ରାଇଡେଣ୍ଟ ନାମରେ ପ୍ରସିଦ୍ଧ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ନୌସେନା ଦିବସ ପାଳିତ ହେଉଅଛି।