ଭୁବନେଶ୍ୱର, ୧୩/୧୨: କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଆସନ୍ତା ୧୬ ତାରିଖ (ସୋମବାର)  ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ । ଗୁରୁବାର ଏନେଇ ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୟୁନିଟ୍‌-୫  ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ  ଶୁଣାଣି କାର୍ଯ୍ୟକ୍ରମ ହେବ । 

ଗତ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଆବେଦନକାରୀ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର  ଓ ବ୍ୟକ୍ତିଗତ ପରିଚୟପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବେ । ଏହି  ଦିନ ପାଇଁ ଅନ୍ୟମାନଙ୍କୁ ପଞ୍ଜୀକରଣ ନ କରିବାକୁ ଅନୁରୋଧ କରାଯାଇଛି ।