​​​​​​​ବାଣପୁର,୧୭।୯ :  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନ ହନ୍ତୁଆଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ସାପ କାମୁଡ଼ାରେ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ଘଟିଛି l ମୃତ ଶିଶୁପୁତ୍ର ଜଣଙ୍କ ହେଲେ ପବିତ୍ର ରାଉଳଙ୍କ ପୁଅ ରାମ ପ୍ରସାଦ ରାଉଳ

ପବିତ୍ର ପରିବାର ପ୍ରତିପୋଷଣ ନିମନ୍ତେ  ବିଦେଶ ଯାଇଥିବା ବେଳେ  ତାଙ୍କ ପତ୍ନୀ ଓ  ଚାରିବର୍ଷର ପୁଅ  କିଛି ମାସ ହେବ ବାପଘର ତେନ୍ତୁରୁଡିହ ଗ୍ରାମରେ ରହୁଛନ୍ତି l ମଙ୍ଗଳବାର ବିଳମ୍ବିତ ରାତିରେ ରାମ ଓ ତାଙ୍କ ମାବେକରେ ଏକ ବିଷଧର ରଣା ସାପ ଗୁଡେଇ ହେଉଥିଲା।  ବେକରେ କଣ ଗୋଟାଏ ସଲସଲ ହେଉଛି ଭାବି  ରାମଙ୍କ ମା’ ହାତ ମାରିଥିଲେ ଓ ହଠାତ ତାଙ୍କ ବେକରୁ ଭିଡି ଫୋପାଡ଼ି ଦେଇ ଲାଇଟ ଲଗାଇଥିଲେ l ଏକ ରଣା ସାପକୁ  ଦେଖି ମା’ ଛୁଆ ଚିତ୍କାର  କରିଥିଲେ l ଚିତ୍କାର ଶୁଣି ପରିବାର ଲୋକେ ଉଠିପଡ଼ି ସାପଟିକୁ ଘରୁ ଖୋଜି ବାହାର କରିଥିଲେ l ପରେ ସାପ କାମୁଡି ଦେଇଛି ବୋଲି ରାମ କହିଥିଲା। ଏହାଶୁଣି ରାମଙ୍କୁ ତୁରନ୍ତ ବାଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏନେଇ ବାଣପୁର ଥାନାରେ ଅଭିଯୋଗ ପରେ  ପୁଲିସ  ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।