PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଖେଳ ହେଲା କାଳ: ଛାତ୍ରଙ୍କ ଛାତିରେ ପଶିଲା ଲୁହାଛଡ

କେନ୍ଦୁଝର,୧୩ା୧(ଆପ୍ର): ରବିବାର ସ୍କୁଲ ଛୁଟି ଥିବାରୁ ସାଙ୍ଗମାନଙ୍କ ସହ ଗାଁ ପଡ଼ିଆରେ ଖେଳିବା ଜଣେ ଛାତ୍ର ପାଇଁ କାଳ ହୋଇଛି । ଏକ ଲୁହାଛଡ଼ରେ ଖେଳୁଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳେ ପଡ଼ିଯିବା ପରେ ଉକ୍ତ ଲୁହାଛଡ଼ଟି ଛାତ୍ରଙ୍କ ଛାତିରେ ପଶି ଯାଇଛି । ପ୍ରବଳ ରକ୍ତସ୍ରାବ ହେବା ଫଳରେ ଛଡ଼କୁ ବାହାର କରିବା ପାଇଁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଏଠାରେ ଅସ୍ତ୍ରୋପଚାର ସୁବିଧା ନଥିବାରୁ ଛାତ୍ରକୁ କଟକ ସ୍ଥାନାନ୍ତର କରାଯାଇଛି ।
କେନ୍ଦୁଝର ସଦର ବ୍ଲକର ଡିମ୍ବୋ ଗ୍ରାମର ନନ୍ଦକିଶୋର ମହାକୁଡ଼ଙ୍କ ପୁଅ ଚନ୍ଦନ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀର ଛାତ୍ର । ରବିବାର ଅପରାହ୍ନରେ ଏକ ଲୁହାଛଡ଼ ଧରି ସାଙ୍ଗମାନଙ୍କ ସହ ଗାଁ ପଡ଼ିଆକୁ ଯାଇଥିଲେ । ଖେଳୁଥିବା ସମୟରେ ତଳେ କଚାଡ଼ି ହୋଇ ପଡ଼ିଯିବା ସମୟରେ ହାତରେ ଧରିଥିବା ଲୁହାଛଡ଼ ଚନ୍ଦନଙ୍କ ଛାତିରେ ପଶି ଯାଇଥିଲା । ପ୍ରବଳ ରକ୍ତସ୍ରାବ ସତ୍ତେ୍ୱ ଲୁହାଛଡ଼କୁ ବାହାର କରିବାକୁ ଚନ୍ଦନ ଚେଷ୍ଟା କରିଥିଲେ । ଅନ୍ୟମାନଙ୍କ ଠାରୁ ସୂଚନା ପାଇଁ ଘର ଲୋକେ ପହଞ୍ଚି ଛାତ୍ରକୁ କେନ୍ଦୁଝର ଡାକ୍ତରଖାନାକୁ ଆଣିଥିଲେ । ପ୍ରବଳ ଯନ୍ତ୍ରଣା ସତ୍ତେ୍ୱ ଚନ୍ଦନ ସାହାସର ସହ ପରିସ୍ଥିତିକୁ ମୁକାବିଲା କରି ଚାଲିଥିଲା । ଡାକ୍ତରମାନେ ମଧ୍ୟ ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିବା ପରେ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ଛଡ଼ ବାହାରିବା ପରର ସ୍ଥିତି ମୁକାବିଲା କରିବା ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ସନ୍ଧ୍ୟାରେ ଚନ୍ଦନକୁ କଟକ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ୧୦୮ ଆମ୍ବୁଲାନ୍ସରେ କଟକ ନିଆଯାଇଛି ।