PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଖିରି ଡେକଚିରେ ପଡି ଶିଶୁ ଗୁରୁତର

ନୂଆପଡ଼ା/ଖଡ଼ିଆଳ,୨୫।୫: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦଶାହ ଗଙ୍ଗା ଭୋଜି ପାଇଁ ରନ୍ଧା ଚାଲିଥିବାବେଳେ ଖିରି ପାତ୍ରରେ ପଡି ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଶିଶୁ ଜଣକ ବିକାଶ ହେର୍ଣ୍ଣା(୪) । ଅପରାହ୍ନରେ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାୟପୁର ସ୍ଥାନାନ୍ତର ହୋଇଛନ୍ତି ।

ରାନିମୁଣ୍ଡା ଗାଁରେ ଏକ ଦଶାହ ଗଙ୍ଗାଭୋଜି ଚାଲିଥିଲା । ଏହି ସମୟରେ ଗାଁର ହୁତେଶ ହେର୍ଣ୍ଣାଙ୍କ ଚାରି ବର୍ଷର ପୁଅ ବିକାଶ ଭୋଜି ପାଖରେ ଖେଳୁଥିଲେ । ଏତିକିବେଳେ ଖିରି ଡେକଚି ଖୋଲା ହୋଇଥିବାରୁ  ବିକାଶ ସେଥିରେ ପଡି ଯାଇଥିଲେ । ଏହି ସମୟରେ ଗାଁର ଧନସିଂ ନାଗ ବିକାଶଙ୍କୁ ଖିରି ଡେକଚି ଭିତରୁ ଉଦ୍ଧାର କରିଥିଲେ । ତେବେ ଶିଶୁର ଦେହ ସାରା ପୋଡି ଯାଇଥିବା ବେଳେ ଧନସିଂଙ୍କ ଦୁଇ ହାତ ମଧ୍ୟ ପୋଡି ଯାଇଛି । ପ୍ରଥମେ ଏହି ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ । ସେଠାରେ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ।