PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଗୋଆରୁ ନାବାଳିକା ଉଦ୍ଧାର

ଢେଙ୍କାନାଳ,13।1(ଆପ୍ର): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଜନୈକା ନାବାଳିକାକୁ ବିକ୍ରି ଗୋଆରେ ବିକ୍ରି କରାଯାଇଥିବା ଅଭିଯୋଗ ପରେ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ନାବାଳିକାକୁ ଠାବ କରିବା ପାଇଁ ପୁଲିସ ପକ୍ଷରୁ ଏକ ଟିମ୍ ଗୋଆ ଯାଇ ରବିବାର ନାବାଳିକାକୁ ସାଙ୍ଗରେ ଧରି ଢେଙ୍କାନାଳ ଫେରିଛି।
ଗଁଦିଆ ଥାନା ଅନ୍ତର୍ଗତ ବିଧାରପୁର ପଞ୍ଚାୟତ ଅଞ୍ଚଳର ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଦେଢ଼ ବର୍ଷ ଧରି ଜେଲ୍ରେ ସଜ୍ଜା କାଟୁଛନ୍ତି। ମା’ର ମୃତ୍ୟୁ ଓ ବାପା ଜେଲ୍ ଯିବା ପରେ ତାଙ୍କର ନାବାଳକ ଦୁଇ ପୁଅ ଏବଂ ଦୁଇ ଝିଅ ଜେଜେବାପାଙ୍କ ପାଖରେ ଆଶ୍ରୟ ନେଇଥିଲେ। ଜେଜେବାପା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦାମୋଦରନାଳି ଅଞ୍ଚଳର ଏକ ଫାର୍ମହାଉସ୍ରେ ମାଳି ଭାବେ କାମ କରନ୍ତି। 10 ବର୍ଷିୟା ନାବାଳିକା ନାତୁଣୀକୁ ଜେଜେବାପା ଗୋଆରେ ବିକ୍ରି କରି ଦେଇଥିବା ଅଭିଯୋଗ ଉଠିଥିଲା। ଡିସେମ୍ବର 28 ତାରିଖରେ ଶିଶୁ ମଙ୍ଗଳ କମିଟିରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଥିଲା। ବାବୁଲି ସ୍ବାଇଁ ଓ ବୁନୁ ମହାରଣା ନାମକ ଦୁଇ ଜଣ ବ୍ୟକ୍ତି ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ପୁଲିସ ମାମଲା ରୁଜୁ କରିବା ପରେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନାବାଳିକା ଶିଶୁକନ୍ୟାକୁ ଉଦ୍ଧାର ପାଇଁ ନିର୍ଦ୍ଦଶେ ଦେଇଥିଲେ।
ଗତ 7 ତାରିଖରେ ଗଁଦିଆ ଥାନା ଅଧିକାରୀ ନିରୁପମା ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗୋଆ ଯାଇଥିଲେ। ଗୋଆର ମାଡ଼ଗାଓଁ ଜିଲ୍ଲା କୋହ୍ଲୁଆ ଥାନା ପୁଲିସ ସହାୟତାରେ ଗଁଦିଆ ପୁଲିସ ଫାଟରେଡ୍ ଅଞ୍ଚଳରୁ ବାବୁଲି ସ୍ବାଇଁଙ୍କୁ ଠାବ କରିଥିଲା। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ତୋରଙ୍ଗ ଅଞ୍ଚଳର ବାବୁଲି ସ୍ବାଇଁ ସେଠାରେ ଏକ ହୋଟେଲ କରି ବ୍ୟବସାୟ କରୁଥିଲେ। ସେ ଭଡାରେ ରହୁଥିବା ଘର ମାଲିକ ନିଃସନ୍ତାନ ଥିବାରୁ ତାଙ୍କର ଏକ ପିଲା ଆବଶ୍ୟକ ବୋଲି ବାବୁଲିଙ୍କ ଆଗରେ କହିଥିଲେ। ବାବୁଲି ବେଲଟିକିରି ଅଞ୍ଚଳର ବୁନୁ ମହାରଣାଙ୍କ ସହାୟତାରେ ନାବାଳିକାଙ୍କ ଜେଜେବାପାଙ୍କ ସହ ସଂପର୍କ କରି ତାଙ୍କର 10 ବର୍ଷର ନାତୁଣୀକୁ ଗୋଆ ନେଇଯିବାକୁ ସକ୍ଷମ ହୋଇଥିଲା। 2017 ଲକ୍ଷ୍ମୀପୂଜା ସମୟରେ ନାବାଳିକା ଜଣକ ଜେଜେବାପାଙ୍କ ନିକଟରୁ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ସହ ଯୋଗାଯୋଗ ସମ୍ପର୍କ ନହେବାରୁ ନାତୁଣୀକୁ ବିକ୍ରି କରାଯାଇଥିବା ସନ୍ଦେହ କରି ଗତ ଡିସେମ୍ବର 28ରେ ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ କରିଥିଲେ। ଶିଶୁ ମଙ୍ଗଳ କମିଟି ପ୍ରାଥମିକ ତଦନ୍ତ କରି ଘଟଣାରେ ସତ୍ୟତା ଥିବା ଅନୁଭବ କରିବା ପରେ କମିଟିର ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ ଢେଙ୍କାନାଳ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ଯ୍ୟ।ନୁଷ୍ଠାନ ପାଇଁ ଦାବି କରିଥିଲେ। ଏସପି ସନ୍ତୋଷ ନାୟକଙ୍କ ନିର୍ଦ୍ଦଶେକ୍ରମେ ଗଁଦିଆ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ପୁଲିସ୍ର ଏକ ଟିମ୍ ଗୋଆରୁ ନାବାଳିକାକୁ ଉଦ୍ଧାର କରିବା ପରେ ରବିବାର ଅପରାହ୍ନ 4ଟାରେ ଢେଙ୍କାନାଳ ଶିଶୁମଙ୍ଗଳ କମିଟିରେ ହାଜର କରାଇଥିଲା। ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ନାବାଳିକାକୁ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ଦ୍ବାରା ପରିଚାଳିତ ଓପନ୍ ସେଲଟର ହୋମ୍କୁ ପଠାଇ ଦେଇଛନ୍ତି।
ଏ ସଂପର୍କରେ ଥାନାଧିକାରୀ ନିରୁପମା ଜେନା କହିଛନ୍ତି, ନାବାଳିକା ଜଣକ ଗୋଆର ମାଡଗାଓଁ ଜିଲ୍ଲା କୋହ୍ଲୁଆ ଥାନା ଅନ୍ତର୍ଗତ ଫାଟରେଡ୍ ଅଞ୍ଚଳ ମିଙ୍ଗିଲ୍ ଲୁଇସ୍ ଓ ତାଙ୍କପତ୍ନୀ ଆଇତି ଲୁଇସ୍ଙ୍କ ପାଖରେ ଥିଲା। ସେଠାରେ ସେ ରହି ହୋଲିକ୍ରସ୍ ଇନ୍ଷ୍ଟିଚ୍ୟୁଟ୍ରେ ଷ୍ଟାଣ୍ଡାଣ୍ଡ୍-3ରେ ପଢୁଥିଲା। ଏଥିରେ କୌଣସି ଦଲାଲ ସଂପୃକ୍ତି କିମ୍ବା ଟଙ୍କା କାରବାର ହୋଇନଥିବା ସେ ସ୍ପଷ୍ଟ କରିଥିଲେ। କୋର୍ଟ ଖୋଲିଲେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବ। ପ୍ରଥମେ ଟଙ୍କା କାରବାର ନେଇ ଅଭିଯୋଗ କରିଥିବା ନାବାଳିକାଙ୍କ ଜେଜେବାପା ଆଜି କଥା ବଦଳାଇଛନ୍ତି। ଗାଁ ଲୋକେ ମୋତେ ତୋ ନାତୁଣୀକୁ ବିକ୍ରି କରାଯାଇଥିବା ନେଇ ସବୁବେଳେ କହିବାରୁ ମୋର ସନ୍ଦେହ ହୋଇଥିଲା। ତେଣୁ ମୁଁ ନାତୁଣୀକୁ ଉଦ୍ଧାର କରିବା ପାଇଁ ତାଙ୍କୁ ବିକ୍ରି କରିଦେଇଛନ୍ତି ବୋଲି ଅଭିଯୋଗ କରିଥିଲି। ନାତୁଣୀ ଫେରିଆସିବା ପରେ ପୂର୍ବ ଅଭିଯୋଗର କୌଣସି ମାନେ ନାହିଁ ବୋଲି କହିଛନ୍ତି।