ଘର ସାମ୍ନାରେ ୨ ବର୍ଷର ଶିଶୁକନ୍ୟା ଖେଳୁଥିଲା, କଚାଡି ମାରିଦେଲା ମହିଳା

ବାରିପଦା, ୬।୭ ବେତନଟୀ ଥାନା ପୁରୁଣା ଲଙ୍ଗଳକଟା ଗ୍ରାମରେ ୨ ବର୍ଷର ଶିଶୁକନ୍ୟା କଚାଡି ଜଣେ ମହିଳା ହତ୍ୟା କରିଛି। ଘର ସାମ୍ନାରେ ଖେଳୁଥିବା ସମୟରେ ଛୁଆଟିକୁ ଉଠାଇ ନେଇଥିଲା ମହିଳା। ଅଭିଯୁକ୍ତ ମହିଳା ସୁନି ସିଂ ଓ ତାଙ୍କ ସ୍ୱାମୀକୁ ବେତନଟୀ ପୋଲିସ ଅଟକ ରଖିଛି ତଦନ୍ତ କରୁଛି।
ବେତନଟୀ ଥାନା ଅନ୍ତର୍ଗତ ସୁରେଇଡିହି ଗ୍ରାମର ଯାଦବ ମୁର୍ମୁ ଙ୍କ ଘରକୁ ବୁଲି ଆସିଥିଲା ସୁନି ସିଂ। ଯାଦବ ଘର ଆଗରେ ୨ବର୍ଷର ଝିଅ ରୂପାଲି ମୁର୍ମୁ ଖେଳୁଥିବା ବେଳେ ସମସ୍ତଙ୍କ ନଜର ଆଢୁଆଳରେ ସୁନି ଛୁଆକୁ ନେଇ ପାଖ ଜଙ୍ଗଲକୁ ପଲାଇ ଯାଇଥିଲା। ବହୁ ସମୟ ଛୁଆ ନମିଳିବାରୁ ସମସ୍ତେ ଖୋଜାଖୋଜି କରି ଥିଲେ। ସୁନି ଛୁଆକୁ ନେଇ ଯାଉଥିବାର ପଡୋଶୀଙ୍କ ପାଖରୁ ଜାଣିବାକୁ ପାଇ ଘରଲୋକେ ପାଖ ଜଙ୍ଗଲ କୁ ଖୋଜିବାକୁ ଯାଇଥିଲେ। ତେବେ ସେଠାରେ ଆଉଜଣେ ଗ୍ରାମବାସୀ ସୁନି ଜଙ୍ଗଲ ଭିତରେ ଛୁଆକୁ କଚାଡି ଦେଉଥିବାର ଜଣେ ଗ୍ରାମବାସୀ ଦେଖି ସାଙ୍ଗେ ସାଙ୍ଗେ ଛୁଆକୁ ଉଦ୍ଧାର କରିବା ସହିତ ସୁନିକୁ ମଧ୍ୟ ଧରି ରଖିଥିଲେ।
ପରିବାର ଲୋକା ଛୁଆ ଓ ସୁନିକୁ ଆଣି ପୋଲିସ କୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ଛୁଆକୁ ବାରିପଦା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଶିଶୁକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ସୁନି ଓ ତାଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ରଖିଛି। କେଉଁ କାରଣରୁ ଶିଶୁକନ୍ୟାକୁ ମହିଳା ଜଣକ କଚାଡି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୋଲିସ ପଚରାଉଚରା କରୁଛି।