PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମେଡିକାଲରୁ ୭ ମାସର ଶିଶୁପୁତ୍ର ଚୋରି, ୪ ଘଣ୍ଟା ପରେ ଉଦ୍ଧାର

ରାୟଗଡ଼ା ୨୨/୯: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ସମୟରେ ଏକ ଶିଶୁ ପୁତ୍ର ଚୋରି ହୋଇଥିଲା। ତେବେ ଦୀର୍ଘ ୪ ଘଣ୍ଟା ପରେ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଏହି ଘଟଣାରେ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ବ୍ଲକ ବାଲେଷର ଗ୍ରାମର ପେଶୁ ହିକକା ଓ ଅଳତି ହିକକା ନିଜ ଶିଶୁକୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଗତକାଲି ଆଣି ଶିଶୁକୁ ଭର୍ତ୍ତି କରିଥିଲେ। ଆଜି ପେଶୁ କୋୖଣସି କାମରେ ଘରକୁ ଯାଇଥିଲେ। ଅଳତି ଶିଶୁ ପୁତ୍ର ପାଖରେ ମେଡିକାଲରେ ରହିଥିଲେ। ହେଲେ ମଧ୍ୟାହ୍ନରେ ଅଳତି ଶୌଚ ପାଇଁ ଟଏଲଟ ଯାଇଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ଶିଶୁକୁ ଧରି ଫେରାର ହୋଇଯାଇଥିଲେ। ଅଳତି ନିଜ ଶିଶୁକୁ ନପାଇ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ। ସୁରକ୍ଷାକର୍ମୀ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତନାଘନା ଜାରି ରଖିଥିଲେ। ତେବେ ସନ୍ଧ୍ୟା ୫ ଟା ସମୟରେ ଦୁଇ ଜଣ ମହିଳା ଶିଶୁ ପୁତ୍ର ଆଣି ମେଡିକାଲରେ ଦେଇଥିଲେ। ଏହାପରେ ପୁଲିସ ସେହି ଦୁଇ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।