PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଶିଶୁଙ୍କ ବୌଦ୍ଧିକ ବିକାଶ ପାଇଁ ଗୁରୁ ଓ ଗୁରୁଜନଙ୍କ ଭୂମିକା ଅପରିହାର୍ଯ୍ୟ    

ଭୋଗରାଇ,୧୮/୧୧ : ଶିଶୁମାନେ ହେଉଛନ୍ତି ଆମର ସୁନେଲି ସ୍ବପ୍ନ, ଆଗାମୀ କାଲିର ଭବିଷ୍ୟତ। ତେଣୁ ସେମାନଙ୍କୁ ଯତ୍ନର ସହକାରେ ଶିକ୍ଷା ଦେବା ଆବଶ୍ୟକ । ଶିଶୁ ପ୍ରତି ଦାୟିତ୍ୱବୋଧତା ନ ରହିଲେ ସେମାନେ ବିଭ୍ରାନ୍ତ ହୋଇଯିବେ । ଶିଶୁର ବୌଦ୍ଧିକ ବିକାଶରେ ଗୁରୁ ଓ ଗୁରୁଜନଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି କାର୍ତ୍ତିକେଶ୍ବର ପାତ୍ର ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ସାଂସଦ ତଥା ପ୍ରଥତିଯଶା ସାହିତ୍ୟିକ, ଐତିହାସିକ, କବି, ଗବେଷକ ତଥା ସୁଦକ୍ଷ ସଙ୍ଗଠକ ଦିବଂଗତ ଡଃ କାର୍ତ୍ତିକେଶ୍ବର ପାତ୍ରଙ୍କ ୮୪ତମ ଜନ୍ମ ଦିବସ ଅବସରରେ ଅନୁଷ୍ଠିତ ଶିଶୁ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଭୋଗରାଇ ବ୍ଲକ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସହଯୋଗରେ ଭୋଗରାଇ ବ୍ଲକ ଅନ୍ତର୍ଗତ କୃପାକ୍ଷେତ୍ର ରସିଦପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଭୋଗରାଇ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସମ୍ପାଦକ ନଟରଞ୍ଜନ ଘରାଇଙ୍କ ପୌରହିତ୍ୟରେ‌ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା ସାରସ୍ବତ ସାଧକ ସନ୍ତୋଷ ପାତ୍ର, ମୁଖ୍ୟବକ୍ତା ଭାବେ ୩୩ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ସନ୍ତୋଷ ଜେନା, ବିଶିଷ୍ଟ ଅତିଥି ଭାବେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ଅଂଶୁମାନ ମହାନ୍ତି, ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ଶ୍ରୀନିବାସ ପ୍ରଧାନ, ଶିକ୍ଷକ ଶାଶ୍ବତ ଜେନା, ସମାଜସେବୀ ଦୁର୍ଗାପ୍ରସାଦ ଜେନା, ଫାଉଣ୍ଡେସନର ପରିଚାଳନା ସମ୍ପାଦକ କବି ଡଃ ଶ୍ରୀକୁମାର ଘୋଷ, କାମିନୀକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଡଃ.କାର୍ତ୍ତିକେଶ୍ବର ପାତ୍ରଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।

ପରେ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ଶିଶୁ ଓ କିଶୋର ସାହିତ୍ୟ ପତ୍ରିକା ‘ଅଙ୍କୁର’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଆଦର୍ଶ ଶିକ୍ଷକ ସୁବ୍ରତ ଘରାଇ, ସାହିତ୍ୟିକ ତଥା କବି ଅନନ୍ତ ମହାନ୍ତି, ସାମ୍ବାଦିକ ଗଣେଶ ବେହେରା ଏବଂ ୨୦୨୧-୨୨ ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଦିପ୍ତେଶ ଗିରିଙ୍କୁ ଫାଉଣ୍ଡେସନ ପକ୍ଷରୁ ମାନପତ୍ର ଓ ଉପଢୌତନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଉଣ୍ଡେସନର ସଭାପତି ଦେବାଶିଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମଧୁସୂଦନ ମଣ୍ଡଳ, ରାମଚନ୍ଦ୍ର ପରାମାଣିକ, ସନ୍ତୋଷ ଦାସ, ରବୀନ୍ଦ୍ର କର, ଉତ୍ତମ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।