PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବଡ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍, ବିଶ୍ୱ ଶକ୍ତି ହେବା ପାଇଁ ସୈନିକଙ୍କ ନିଯୁକ୍ତି ନିୟମରେ କଲା ବଡ ପରିବର୍ତ୍ତନ…

ନୂଆଦିଲ୍ଲୀ: ଚୀନ୍ ସେନା ଏହାର ନିଯୁକ୍ତି ବୟସ ସୀମା ବଢାଇଛି । ଏହା ସହ ସେନାରେ ଅଧିକରୁ ଅଧିକ ନିଯୁକ୍ତି ପାଇଁ ପ୍ରସ୍ତୁତି ମଧ୍ୟ ଚଳାଇଛି । ଚଳିତ ମାସରୁ ଚୀନ୍ ସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ସେହି ଯୁବକ ମାନଙ୍କୁ ପ୍ରାଥମିକତା ଦିଆଯାଉଛି, ଯେଉଁମାନେ ଆଧୁନିକ ଯୁଦ୍ଧରେ ଉପଯୋଗୀ ବିଷୟ ଅଧ୍ୟୟନ କରିଥିବେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଚୀନ୍ ଭବିଷ୍ୟତ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି ଏବଂ ଏହାର ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି ।

ଚୀନ୍ ସେନା ଅର୍ଥାତ PLAର ଇଷ୍ଟର୍ନ କମାଣ୍ଡ ଅଗଷ୍ଟରୁ ଏହାର ନିଯୁକ୍ତି କାର୍ଯ୍ୟକ୍ରମର ଦ୍ୱିତୀୟ ରାଉଣ୍ଡ ଆରମ୍ଭ କରିଛି । ନିଯୁକ୍ତି ପାଇଁ ବୟସ ସୀମା ୨୪ ବର୍ଷରୁ ୨୬ ବର୍ଷକୁ ବୃଦ୍ଧି କରାଯାଇଛି । ଏହି ନିଯୁକ୍ତିରେ ବିଜ୍ଞାନ, ଟେକ୍‌ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତ ଅଧ୍ୟୟନ କରୁଥିବା ଯୁବକମାନଙ୍କୁ ପ୍ରାଥମିକତା ଦିଆଯିବ । PLA ର ଇଷ୍ଟର୍ନ କମାଣ୍ଡର ଦାୟିତ୍ୱ ହେଉଛି ତାଇୱାନ ସମେତ ଦକ୍ଷିଣ ଚୀନ୍ ସାଗରକୁ ଆସୁଥିବା ଅନେକ ଦେଶର ସୀମା ।

ନିଯୁକ୍ତିରେ କମ୍ପ୍ୟୁଟର କିମ୍ବା ଡ୍ରୋନ୍ ଅପରେସନରେ ଅଭିଜ୍ଞତା ଥିବା ଯୁବକମାନଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯିବ ।  ପ୍ରାୟ ୨୩ ଲକ୍ଷ ସୈନିକ ଥିବା ଚୀନ୍ ସେନା ହେଉଛି ବିଶ୍ୱର ସର୍ବବୃହତ ସେନା, କିନ୍ତୁ ଦୀର୍ଘ ସମୟ ଧରି ସେନା ଚୀନ୍ ଯୁବକମାନଙ୍କୁ ପ୍ରାଥମିକତା ଦେଇନଥିଲା । ତେବେ ବିଶ୍ୱ ଶକ୍ତି ହେବା ପାଇଁ ଚୀନ୍ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ବଡ ସାମରିକ ଅଭିଯାନ ଆରମ୍ଭ କରୁଛି । ତେଣୁ ତାଙ୍କୁ ଏକ ବଡ଼ ସୈନ୍ୟ ବାହିନୀ ଦରକାର ।