ବେଜିଂରେ କୋଭିଡ଼ କଟକଣାକୁ କୋହଳ କରିବ ଚୀନ୍ , ସମ୍ଭାବ୍ୟ ପରିବର୍ତ୍ତନ ପାଇଁ ସଙ୍କେତ : ରିପୋର୍ଟ

ବେଜିଂ – ଲୋକଙ୍କ ଅନେକ ବିରୋଧ ଓ ବିକ୍ଷୋଭ ପରେ ଚୀନ୍ ସରକାର ବଦଳିଲା ଆଭିମୁଖ୍ୟ। ନିଜର ଜିରୋ-କୋଭିଡ୍ ଅଭିଯାନରେ ଦେଶରେ ଯେଉଁଠି କଟକଣା ଲାଗୁ କରିଥିଲା, ସେଠାରେ କିଛି କୋହଳ କରିବାକୁ ନିଷ୍ପତ୍ତି ନେଇଛି । ବେଜିଂ ଏବେ କିଛି ସଂକ୍ରମିତ ଲୋକଙ୍କୁ ଘରେ ଆଇସୋଲେସନରେ ରହିବାକୁ କହିବ। ସବୁଠୁ ଜନବହୁଳ ଜିଲ୍ଲା ଗୁଡ଼ିକ ମଧ୍ୟରୁ ଗୋଟିଏ ଟାଓୟାଙ୍ଗ ଜିଲ୍ଲା ଯେଉଁଠି ଏହି କୋହଳ ନୀତିକୁ ପ୍ରଥମେ ପରୀକ୍ଷଣ କରାଯିବ। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନ୍ ସ୍ଥଳକୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ। ଗ୍ୱାଙ୍ଗଝୁ ଓ ଚୋଙ୍ଗକିଙ୍ଗ ସହରରେ ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ପ୍ରତିବନ୍ଧକରେ ଢିଲା କରିବାର ଘୋଷଣା ପରେ ଅଧିକାରୀଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ ହେବ। କରୋନା : ଚୀନର ଜିନପିଙ୍ଗ୍ ସରକାର ବିରୋଧରେ ‘ବ୍ଲାଙ୍କ୍ ପେପର’…
ଗତ କିଛି ଦିନ ହେବ , ଅନେକ ସହରରେ ନୂଆ ପ୍ରତିବନ୍ଧକ ଲାଗୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏଥିରେ ଗ୍ୱାଙ୍ଗଝୁରେ ଲୋକେ ଖୁବ ହିଂସ୍ରକ ପାଲଟି ଯାଇଥିଲେ , ସଡ଼କରେ ପୁଲିସ -ପ୍ରଦର୍ଶନକାରୀଙ୍କ ମଧ୍ୟରେ ଲଢ଼େଇ ବି ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ୟୁଏସ୍ ଓ କାନାଡା ପକ୍ଷରୁ ବି ପ୍ରତିକ୍ରିୟା ଆସିଲା କି ଚୀନ୍ ଲୋକଙ୍କବିରୋଧରେ ବଳ ପ୍ରୟୋଗ ନକରୁ ।
ନୂଆ ନିୟମ ଅନୁସାରେ , ଲୋକଙ୍କୁ ଏହି ସମୟରେ ବାହାରକୁ ନଯିବା ଓ ତାଙ୍କର ଡୋରରେ ସେନସର ଲଗାଇବାକୁ ଚିଠିରେ ଦସ୍ତଖତ କରିବା ପରେ ଘରେ କ୍ୱାରାଣ୍ଟାଇନରେ ରହିବାକୁ ଅନୁମତି ଦିଆଯିବ। ହେଲେ ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ପାଇଁ କିଛି କୋହଳ ନୀତି ରହିବ , ଯେଉଁମାନେ କି ଡାକ୍ତରଖାନା ଯିବାରେ ଅସୁବିଧାର ସାମ୍ନା କରିବେ । ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ଚୀନ୍ର ରାସ୍ତାକୁ କବଜା କଲେ ପୁଲିସ୍ ଫୋର୍ସ, ଆନ୍ଦୋଳନକୁ ଦମନ କରିବା ପ୍ରୟାସରେ ଚାଇନା ସରକାର
ଯେବେ ଏହି ଘୋଷଣା କରାଯିବ ଏହା ନାଗରକିଙ୍କ ପାଇଁ ଭଲ ଖବର ହେବ । ସେପଟେ କିନ୍ତୁ ଚାଇନା ରାଜଧାନୀରେ କୋଭିଡ-୧୯ ମାମଲାର ସଂଖ୍ୟା ବୃଦ୍ଧି ଜାରି ରହିଛି । ବୁଧବାର ବେଜିଂରେ ୫୦୦୬ ମାମଲା ରେକର୍ଡ ହୋଇଥିଲା –ଯାହାକି ବର୍ତ୍ତମାନ ସମୟରେ ବହୁତ ଅଧିକ ।