PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଚୀନରେ ବଢୁଛି ବୃଦ୍ଧଙ୍କ ସଂଖ୍ୟା, ପ୍ରଭାବିତ ହୋଇପାରେ ବିକାଶ ହାର

ବେଜିଂ,୧୯।୨: ନିଜର ମାନବ ସମ୍ଭଳକୁ ନେଇ ଦୁଇଗୁଣା ଗତିରେ ଆଗକୁ ବଢୁଥିବା ଚୀନ ପାଇଁ ଆଗକୁ ବଡ ସମସ୍ୟା ଆସିବାକୁ ଯାଉଛି। ଚୀନର  ଜନସଂଖ୍ୟାରେ ବୃଦ୍ଧଙ୍କର ସଂଖ୍ୟା ବଢିବାରେ ଳାଗିଛି। ଯାହାକି ଏହାର ବିକାଶ ପଥରେ ବଡ ପ୍ରତିବନ୍ଧକ ସାଜିବ। କାରଣ ମୋଟ ଜନସଂଖ୍ୟାରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାଫଳରେ ଚୀନର ରାଜକୋଷ ଉପରେ ପେନଶନର ଭାର  ବଢିଯିବ। ଚାଇନିଜ ଏକାଡେମୀ ଅଫ୍ ସାଇନ୍ସର ସଦ୍ୟ ରିପୋର୍ଟ ଅନୁସାରେ ଆଗାମୀ ୩୦ ବର୍ଷରେ ଚୀନର ଜନସଂଖ୍ୟାରେ ୬୫ ବର୍ଷ କିମ୍ବା ତା ଠାରୁ ଅଧିକ ବୟସ୍କ ଲୋକଙ୍କ ଅଂଶୀଦାରୀ ୩୦ ପ୍ରତିଶତ ପହଞ୍ଚିଯିବ।

source: https://www.jagran.com

 ରିପୋର୍ଟ ଅନୁସାରେ ଯଦି ବର୍ତ୍ତମାନ ଜନ୍ମହାର ୧.୬ ଶିଶୁ ପ୍ରତି ମହିଳାରେ କୌଣସି ପରିବର୍ତ୍ତନ ନହୁଏ ତେବେ ୨୦୨୭ ପରେ ଜନସଂଖ୍ୟା ହ୍ରାସ ପାଇବ। ୨୦୬୫ରେ ଏହା ହ୍ରାସ ପାଇ ୧.୨ ବିଲିୟନରୁ ମଧ୍ୟ କମ୍ ହୋଇଯିବ। ଚୀନର ଏହି ଜନସଂଖ୍ୟା ୧୯୯୦ରେ ଥିଲା। ବୋଧହୁଏ ଏହି କାରଣରୁ ଚୀନ ୨୦୧୫ରେ ଗୋଟିଏ ଶିଶୁ ନୀତିକୁ ବନ୍ଦ କରିଥିଲା।ସିଏଏସ୍ଏସ୍ ଦ୍ବାରା ପ୍ରକାଶିତ ରିପୋର୍ଟ  ଗ୍ରୀନ ବୁକ୍ ଅଫ୍ ପପୁଲେସନ୍ ଆଣ୍ଡ ଲେବର ଅନୁସାରେ ୨୦୨୯ରେ ଚୀନର ଜନସଂଖ୍ୟା ୧.୪୪ ବିଲିୟନ ରହିବ। ଏହାପରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଯିବ। ୨୦୬୫ ରେ ଏହାର ଜନସଂଖ୍ୟା ହ୍ରାସ ପାଇ ୧.୨ ବିଲିୟନ ହୋଇଯିବ। ଯାହାକି ୧୯୯୬ର ଜନସଂଖ୍ୟା ସହିତ ସମାନ ହେବ। ନାନକଇ ବିଶ୍ବବିଦ୍ୟାଳୟର ପପୁଲେସନ୍ ଷ୍ଟଡିଜର ପ୍ରଫେସର ୟୁଆନ ଶିନଙ୍କ କହିବା ଅନୁସାରେ ବୟସ୍କଙ୍କ ଜନସଂଖ୍ୟା ତୁଳନାରେ ୧୫ ରୁ ୫୯ ବର୍ଷର କର୍ମଜୀବି ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୭୦ କୋଟିରେ ପହଁଞ୍ଚିପାରେ। ଯାହାକି ଏବେ ୮୯.୭୩ କୋଟି ରହିଛି। ଆଗାମୀ ୩୦ ବର୍ଷରେ କର୍ମଜୀବି ଲୋକଙ୍କ ସଂଖ୍ୟା ୨୨ ପ୍ରତିଶତକୁ ଖସିଆସିବ। ଯଦିଓ ଶିନଙ୍କ କହିବା ଅନୁସାରେ ଲୋକଙ୍କ ଅବସର ବୟସ ୬୦ ରୁ ୬୫ କରି କିଛି ମାତ୍ରାରେ ଏହି ସମସ୍ୟାକୁ ଦୂର କରିହେବ। ଏହି ପଦକ୍ଷେପ ଦ୍ବାରା କର୍ମଜୀବିଙ୍କ ସଂଖ୍ୟାରେ ୧୦ କୋଟି ଲୋକଙ୍କ ବୃଦ୍ଧି ହୋଇପାରେ