ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜନ୍ମହାର ବଢାଇବାକୁ ଏହି ଦେଶର ସରକାରଙ୍କ ବଡ଼ ନିଷ୍ପତ୍ତି, ଅଧିକ ଛୁଆ ଜନ୍ମ କରିବାକୁ ମହିଳାଙ୍କ ପାଖକୁ ଯାଉଛି କଲ୍

Published By : Rasmita Pradhan | October 29, 2024 2:43 PM

ନୂଆଦିଲ୍ଲୀ, ୨୯/୧୦ : ଚୀନରେ ବଢୁଛି ଜନ୍ମହାର ସଙ୍କଟ। ଦେଶରେ ଜନସଂଖ୍ୟା ବଢାଇବାକୁ ଶି ଜିନପିଙ୍ଗଙ୍କ ବଡ଼ ନିଷ୍ପତ୍ତି। ଅଧିକ ଛୁଆ ଜନ୍ମ କରିବାକୁ ଏବେ ମହିଳା ସରକାରୀ ଅଧିକାରୀଙ୍କ ପାଖକୁ ଯାଉଛି ପୋନ୍ କଲ୍। ଆଗକୁ ଦେଶରେ ଜନ୍ମହାର ବଢାଇବାକୁ ନୂଆ ନୀତି ଆଣିବେ ସରକାର। 

ବର୍ଦ୍ଧିତ ଜନସଂଖ୍ୟା କାରଣରୁ ପୂର୍ବରୁ ଚୀନ ସରକାର ଜନ୍ମ ନିୟନ୍ତ୍ରଣ ନୀତି ଲାଗୁ କରିଥିଲେ। ଗୋଟିଏ ଦମ୍ପତି କେବଳ ଗୋଟିଏ ମାତ୍ର ଛୁଆ ଜନ୍ମ କରିପାରିବେ ବୋଲି ଅନୁମତି ମିଳିଥିଲା। ହେଲେ ଏବେ ଦେଶରେ ଜନ୍ମହାର ସଙ୍କଟ ଦେଖାଦେବାରୁ ଶି ଜିନପିଙ୍ଗ ନିଷ୍ପତ୍ତି ବଦଳାଇଛନ୍ତି। ଜନ୍ମହାର ବଢାଇବାକୁ ୪୦ ବର୍ଷରୁ ଉର୍ଦ୍ଧ୍ଵ ମହିଳା ସରକାରୀ ଅଧିକାରୀଙ୍କୁ ଚିହ୍ନଟ କରାଯାଉଛି। ଏହାପରେ ସେମାନଙ୍କୁ ଫୋନ୍ କରି ସେମାନଙ୍କ ନାମ, କାର୍ଯ୍ୟାଳୟର ନାମ, ତାଙ୍କର ପଦ ସହ ମାସିକ ଧର୍ମ ବିଷୟରେ ପଚାରାଯାଉଛି। ଏହା ସହ ସେମାନଙ୍କୁ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ପାଇଁ କୁହାଯାଉଛି। ତେବେ ଖୁବ୍‌ଶୀଘ୍ର ଜିନପିଙ୍ଗ ସରକାର ନୂଆ ନୀତି ଆଣିବାକୁ ଯାଉଛନ୍ତି। ଅକ୍ଟୋବର ୧୭ରେ ଚୀନର ଜନସଂଖ୍ୟା ଏବଂ ବିକାଶ ଅନୁସନ୍ଧାନ କେନ୍ଦ୍ର ଏନେଇ ଘୋଷଣା କରିଛି। ବିବାହ, ପ୍ରଜନନ କ୍ଷମତା ଏବଂ ପ୍ରମୁଖ ପ୍ରଭାବଶାଳୀ କାରକ ଉପରେ ବିଚାର ବିମର୍ଶ କରି ନୂଆ ଡାଟା ତିଆରି କରିବା ପାଇଁ ରାଷ୍ଟ୍ରବ୍ୟାପୀ ସର୍ଭେ ଆୟୋଜନ କରାଯିବ ବୋଲି କୁହାଯାଇଛି।








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.