PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଆମେରିକାର ସବୁଠାରୁ ବଡ଼ ଏୟାରବେସର କମ୍ପ୍ୟୁଟର ସିଷ୍ଟମକୁ ଚୀନ୍ ହ୍ୟାକରଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୫।୫: ଆମେରିକା ପାଇଁ ଋଷ ପରେ ବର୍ତ୍ତମାନ ଚାଇନିଜ୍ ହ୍ୟାକରମାନେ  ବଡ ସମସ୍ୟା ପାଲଟିଛନ୍ତି। ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଯେତେବେଳେ ଚୀନ୍‌ର ଗୁପ୍ତଚର ବେଲୁନ୍‌କୁ ଆମେରିକା ଗୁଳି କରି ପକାଇଥିଲା ଓ ,ଏହାର ଡାଟାର ଯାଞ୍ଚ କରିଥିଲା, ଠିକ୍ ସେହି ସମୟରେ ଆମେରିକାର ଗୁଇନ୍ଦା ଏଜେନ୍ସି ଏଫବିଆଇ ଏବଂ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟକୁ ଚାଇନାର ହ୍ୟାକରଙ୍କ ପକ୍ଷରୁ ଆମେରିକାର ଅନେକ ରାଜ୍ୟରେ ହ୍ୟାକିଂ ଚେଷ୍ଟା କରାଯାଇଥିବା ରିପୋର୍ଟ ମିଳିଥିଲା। ଚିନ୍ତାର ବିଷୟ ଏହା ଥିଲା ଯେ, ଯେଉଁ କମ୍ପ୍ୟୁଟର କୋଡ୍ ହ୍ୟାକମାନେ ଆମେରିକାର ସିଷ୍ଟମରେ ପକାଇବା ଆରମ୍ଭ କରିଥିଲେ ତାହା ଗୁଆମ ଟେଲି କମ୍ୟୁନିକେସନ୍‌ ସିଷ୍ଟମରେ ମଧ୍ୟ ମିଳିଥିଲା। ଏହି କଥା ଡରାଇବା ଭଳି ଥିଲା ଏଥିପାଇଁ, କାରଣ ଗୁଆମ ଆମେରିକାର ସବୁଠାରୁ ବଡ଼ ଏୟାରବେସ୍‌ରେ ସାମିଲ ରହିଛି, ଯାହାର ନିୟନ୍ତ୍ରଣରେ ପ୍ରଶାନ୍ତ ମହାସାଗରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବନ୍ଦର ରହିଛି।

ମାଇକ୍ରୋସଫ୍ଟର ସୂଚନା ଅନୁସାରେ, ଏହି କୋଡ୍‌କୁ ଆମେରିକା ସିଷ୍ଟମରେ ଚୀନ୍ ସରକାର ସମ୍ପର୍କୀତ ଏକ ହ୍ୟାକିଂ ଗ୍ରୁପ୍ ପକାଇଥିଲା। ତାଙ୍କର ଏହି ଚେଷ୍ଟାର ସୂଚନା ମିଳିବା ପରେ ଆମେରିକା ସୁରକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲ। ଅଫିସରଙ୍କ କହିବା ଅନୁସାରେ, ଏହି ଏୟାରବେସ୍‌ ଆମେରିକା ଓ ଏସିଆ ଭିତରେ ସୁରକ୍ଷା ଦୃଷ୍ଟିରୁ ବ୍ରିଜ୍‌ ଭାବରେ କାମ କରିଥାଏ। ଅର୍ଥାତ ତାଇଓ୍ବାନ ଉପରେ ଯଦି ଚୀନ୍‌ ପକ୍ଷରୁ କିଛି ଆକ୍ରମଣ କରାଯାଏ, ତେବେ ଗୁଆମ ଏୟାରବେସ୍‌ ଆମେରିକା ସେନା ପ୍ରତିକ୍ରୀୟାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ରହିବ। ତେବେ ଚୀନ୍ ପକ୍ଷରୁ ଗୁଆମର ସୁରକ୍ଷା ପ୍ରଣାଳୀକୁ ଟାର୍ଗେଟ କରିବା ଉପରେ ଚିନ୍ତା ପ୍ରକାଶ କରାଯାଇଛି ଯେ, କୌଣସି ପ୍ରକାର ଯୁଦ୍ଧ ସ୍ଥିତିରେ ଚୀନ୍ ହ୍ୟାକର୍ସ ଆମେରିକାର ଏୟାରବେସ୍‌କୁ ଟାର୍ଗେଟ କରି ତାକୁ ନଷ୍ଟ କରିବାର ଚେଷ୍ଟା କରିପାରନ୍ତି।

ମାଇକ୍ରୋସଫ୍ଟ ଅନୁସାରେ, ଚୀନ୍ ହ୍ୟାକର ଗୁଆମ ଓ ବାକି ରାଜ୍ୟରେ ଅଲଗା ଅଲଗା ସିଷ୍ଟମରେ ହ୍ୟାକିଂ କୋଡ୍‌ ପକାଇବା ପାଇଁ ଖୁବ୍ ଚାଲାକି କରିଛନ୍ତି। ଏହାକୁ ଲୁଚା-ଛପା ଭାବରେ କିଛି ସିଷ୍ଟମରେ ପକା ଯାଇଛି ଓ ଅଲଗା ଅଲଗା ଘରର ରାଉଟର୍ସ ଓ ଅନ୍ୟ ଇଣ୍ଟରନେଟ୍‌ ସମ୍ପର୍କୀତ ଡିଭାଇସ୍‌ ଦେଇ ମଧ୍ୟ ଯିବ, ଯାହାଫଳରେ ଏହାକୁ ଟ୍ରାକ୍ କରିବା ଖୁବ୍ କଷ୍ଟକର ହୋଇଯାଇଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାର, ଏହି କୋଡ୍‌ର ନାଁ ‘ଓ୍ବେବ୍ ଶେଲ୍’ ଥିଲା। ଏହାର ସ୍କ୍ରିପ୍ଟିଂ କାରଣରୁ ହ୍ୟାକର୍ସ ଏହାକୁ ବହୁ ଦୂରରେ ବସି ମଧ୍ୟ ଅପରେଟ୍ କରିପାରିବେ। ଘରେ ଲାଗିଥିବା ରାଉଟର୍ସ ଖାସ୍ ଭାବରେ ପୁରୁଣା ମଡେଲ, ଯେଉଁଥିରେ ସଫ୍ଟଓ୍ବେର ଭେଦିବା ସହଜ ହୋଇଥାଏ। ତେଣୁ ଏହି କୋଡ୍ ବହୁ ସିଷ୍ଟମକୁ ଟାର୍ଗେଟ କରିପାରେ।