ନୂଆଦିଲ୍ଲୀ : ଚୀନର ଗ୍ୱାଙ୍ଗଡୋଙ୍ଗ ପ୍ରାନ୍ତର ଏକ ସମୁଦ୍ର କୂଳରେ ରେକର୍ଡ ହୋଇଥିବା ୧୯ସେକେଣ୍ଡର ଭିଡ଼ିଓ , ହଠାତ୍ ଚର୍ଚ୍ଚାର ବିଷୟ ପାଲିଟିଛି। ଏଥିରେ କିଛି ଆସାଧାରଣ ଜାହାଜ ଦେଖିବାକୁ ମିଳିଥିଲା। ଅସାଧାରଣ ଏଥିପାଇଁ କାରଣ ତାହା ପାଣିରେ ନୁହେଁ, ବରଂ ମୋଟା ମୋଟା ଖମ୍ୱ ଉପରେ ଠିଆ ହୋଇଥିଲା। ଏଥିରୁ ଗୋଟିଏ ଜାହାଜ ସମୁଦ୍ରରୁ ସ୍ୟାଣ୍ଡ ସହ ଜଡ଼ିତ ଥିଲା ଏବଂ ତା ମଧ୍ୟରେ ଏକ ବ୍ରିଜ୍ ଭଳି ରାସ୍ତା ଦେଖାଯାଉ ଥିଲା।
ଯେମିତି ହିଁ ଏହି ଭିଡ଼ିଓ ଚାଇନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୱିଚାଟ୍ରେ ପୋଷ୍ଟ କରାଯାଇ ଥିଲା, ସେମିତି ରହସ୍ୟମୟ ଉପାୟରେ ମଧ୍ୟ ହାଏବ ହୋଇ ଯାଇ ଥିଲା। କିନ୍ତୁ ସେତେବେଳେକୁ ଏହା ଚୀନ-ତାଇୱାନ ଉତ୍ତେଜନା ଉପରେ ନଜର ରଖୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ସାରିଥିଲା। ବିଶେଷଜ୍ଞଙ୍କ ଅନୁସାରେ, ଏହି ଭିଡ଼ିଓ ଚୀନର ନୂଆ ଲ୍ୟାଣ୍ଡିଂ ବାର୍ଜ ‘ ଶୁଚିୟାଓ’ର ପ୍ରଥମ ଝଲକ, ଯାହାର ବ୍ୟବହାର ତାଇୱାନ ଉପରେ ସମ୍ଭାବିତ ହମଲା ପାଇଁ କରାଯାଇ ପାରେ।
କଣ କରିପାରେ ଏହି ବାର୍ଜ ?
ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କର ନେତୃତ୍ୱରେ ପିପୁଲ୍ସ ଲିବେରସନ ଆର୍ମି (ପିଏଲଏ) ଲଗାତାର ତାଇୱାନକୁ ନିଜର କବଜାରେ ଆଣିବାକୁ ରଣନୀତି କରୁଛି। ଏକ୍ସପର୍ଟଙ୍କ ଅନୁସାରେ, ଏହି ବାର୍ଜର ସାହାଯ୍ୟରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସମୁଦ୍ରରେ ପାଖାପାଖି ଏକ କିଲୋମଟିର ଦୂରରୁ ଏକ ଅସ୍ଥାୟୀ ଡକ୍ ପ୍ରସ୍ତୁତ କରିପାରେ। ଏଥିରେ ଭାରି ସେନା ଉପକରଣ ଓ ଟ୍ୟାଙ୍କ ଗୁଡ଼ିକୁ ସିଧା ସମୁଦ୍ର ତଟରେ ଓହ୍ଲାଇବାର ସୁବିଧା ମିଳିବ। ତାଇୱାନର ବଡ ଦ୍ୱୀପରେ ସେନା କବଜା ସମ୍ଭାବନାରେ ସବୁଠୁ ବଡ଼ ପ୍ରତିବନ୍ଧକ ଏହା କି, ସେଠାରେ ବଛା ବଛା ୨୦ଟି ଏମିତି ତଟ ଅଛି , ଯେଉଁଠି ସୈନିକଙ୍କ ଲ୍ୟାଣ୍ଡିଂ ହୋଇପାରେ। କିନ୍ତୁ ଚୀନର ଏହି ନୂଆ ଟେକନିକ୍ ତାଇୱାନର ସୁରକ୍ଷା ପରିସରକୁ ଦୁର୍ବଳ କରିପାରେ।
ଚୀନର ରଣନୀତି ଓ ତାଇୱାନର ପ୍ରତିକ୍ରିୟା –
ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ ଆଣ୍ଡ୍ରୟୁ ଏରିକ୍ସନଙ୍କ ଅନୁସାରେ , ଏହା ବାର୍ଜ ଶି ଜିନପିଙ୍ଗଙ୍କ ତାଇୱାନ ଉପରେ ନିୟନ୍ତ୍ରଣ ପାଇବାର ଗଭୀର ରଣନୀତିର ଅଂଶ ବିଶେଷ। ବିଶେଷଜ୍ଞଙ୍କ ଅନୁସାରେ, ଏହି ବାର୍ଜ ପିଏଲଏକୁ ସିଧା ତଟର ନିକଟକୁ ନେଇ ଓଜନିଆ ସେନା ସରଞ୍ଜାମ ଓ ଟ୍ୟାଙ୍କ ଗୁଡ଼ିକୁ ତାଇୱାନର ଭିତର ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବ। ତାଇୱାନର ୧୫୦୦ କିଲୋମିଟରରୁ ଅଧିକ ଦୀର୍ଘ ସମୁଦ୍ର ତଟର ନିକଟରେ ଅନେକ ପ୍ରମୁଖ ସଡ଼କ ଓ ହାଇୱେ ଅଛି , ଯେଉଁଥିରୁ କିଛି ତାଇପେଇରୁ ପାଖାପାଖି ୩୦ କିଲୋମିଟର ଦୂରରେ ଅଛି। ଏଥିରେ ଏହି ଲ୍ୟାଣ୍ଡିଂ ବାର୍ଜ ମାଧ୍ୟମରେ ପିଏଲଏ ନିଜର ସେନା ଗାଡ଼ିକୁ ଖୁବ୍ ଜୋରରେ ଆଗକୁ ବଢାଇ ପାରେ। ସେଠାରେ ତାଇୱାନର ପୂର୍ବତନ ସେନା ଅଧିକାରୀ ୟୁ ପେଇ-ଚେନ କହିଛନ୍ତି କି, ତାଙ୍କର ହିମାର୍ସ ରକେଟ୍ ପ୍ରଣାଳୀ ଏହି ବାର୍ଜକୁ ସହଜରେ ଧ୍ୱଂସ ବିଧ୍ୱଂସ କରିପାରେ।
ଚୀନର ଖୁବ୍ ଜୋରରେ ବଢୁଛି ପ୍ରସ୍ତୁତି -
ଏକ୍ସପର୍ଟ କହୁଛନ୍ତି କି, ଚୀନ୍ ପାଖାପାଖି ଚାରିରୁ ଛଅ ମାସ ଭିତରେ ଏହି ବାର୍ଜର ବଡ଼ ସ୍ତରରେ ଉତ୍ପାଦନ କରିପାରେ। ଆମେରିକୀୟ ଗୁଇନ୍ଦା ଏଜେନ୍ସି ଗୁଡ଼ିକର ଅନୁମାନ କି, ୨୦୨୭ ସୁଦ୍ଧା ପିଏଲଏକୁ ତାଇୱାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାର ଆଦେଶ ଦିଆଯାଇଛି।
ଏହି ନୂଆ ଲ୍ୟାଣ୍ଡିଂ ବାର୍ଜର ଖୁଲାସା ପୂରା ଏସିଆ –ପେସିଫିକ୍ କ୍ଷେତ୍ରରେ ମାହୋଲକୁ ସରଗରମ କରି ଦେଇଛି। ଏବେ ପ୍ରଶ୍ନ ଏହା କି, ଚୀନ କଣ ଏହାର ବ୍ୟବହାର ପାଖାପାଖି ଏକ ରଣନୀତିକ ଅସ୍ତ୍ର ଭାବେ କରୁଛି ନା ତାଇୱାନ ବିରୋଧରେ ସେନା ଅଭିଯାନର ଯୋଜନା ପ୍ରସ୍ତୁତ କରୁଛି।