ଇସଲାମାବାଦ,୩୦।୧୦: ଦିନକୁ ଦିନ ପାକିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।  ଖାଦ୍ୟାଭାବ, ଅର୍ଥାଭାବ, ବେକାରୀ ସମସ୍ୟା ଯୋଗୁଁ ସ୍ଥିତି ଖୁବ୍ ଭୟଙ୍କର। ପାକିସ୍ତାନରେ ବାରମ୍ୱାର ଆଭ୍ୟନ୍ତରୀଣ କନ୍ଦଳ, ରାଜନୈତିକ ଅସ୍ଥିରତା, ଦୁର୍ବଳ ନେତୃତ୍ୱ, ଦୁର୍ନୀତି ଏବଂ ଆତଙ୍କବାଦ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଭୋକରେ ଛଟପଟ୍  ହେଉଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁନଥିବା ଆତଙ୍କବାଦର ଜନ୍ମଭୂମି ପାକିସ୍ତାନ କିନ୍ତୁ ଦିବା ସ୍ବପ୍ନ ଦେଖୁଛି। ତାହା ହେଲା ଭାରତ ସହ ସମକକ୍ଷ ହେବାର ସ୍ବପ୍ନ। ସାଟେଲାଇଟ୍ ଲଞ୍ଚ କରିବା ପାଇଁ ସବୁବେଳେ ଅନ୍ୟଦେଶ ଉପରେ ନିର୍ଭର କରୁଥିବା ପାକିସ୍ତାନ ଏବେ ମହାକାଶରେ ପହଁଞ୍ଚିବାର ସ୍ବପ୍ନ ଦେଖୁଛି। ତାହା ପୁଣି ଚୀନ୍‌ର ସାହାରା ନେଇ ନିଜର ମହାକାଶଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ ପଠାଇବାକୁ ଯାଉଛି।

ଚୀନ୍ ଗୁରୁବାର ଘୋଷଣା କରିଛି, ସେ ନିଜର ମହାକାଶ ଷ୍ଟେସନ୍‌ ମିଶନରେ ଜଣେ ପାକିସ୍ତାନ ମହାକାଶଯାତ୍ରୀଙ୍କୁ ପଠାଇବ। ଚୀନ୍ ସରକାରୀ ନ୍ୟୁଜ ଏଜେନ୍ସି ସିଂହୁଆ ଅନୁସାରେ,ଦୁଇ ପାକିସ୍ତାନୀ ଯାତ୍ରୀ ଚୀନ୍‌ର ତାଇକୋନଟସ୍‌ଙ୍କ ସହ ଟ୍ରେନିଂ ନେବେ, ଏହାପରେ ଆଗାମୀ ମିଶନ୍ ପାଇଁ ତାଙ୍କ ଭିତରୁ ଜଣକୁ ‘ସ୍ବତନ୍ତ୍ର ବୈଜ୍ଞାନିକ ପେଲୋଡ୍‌ ବିଶେଷଜ୍ଞ’ ରୂପରେ ଚୟନ କରାଯିବ। ଏହା ପାକିସ୍ତାନର ପ୍ରଥମ ମାନବ ମହାକାଶ ଯାତ୍ରା ହେବ। ଯାହାକି ଚୀନ୍‌ର ମାନବଯୁକ୍ତ ସ୍ପେସ୍ ଏଜେନ୍ସି (ସିଏମ୍ଏସ୍ଏ)ର ସହଯୋଗରେ ସମ୍ଭବ ହେଉଛି।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ମହାକାଶ ଏଜେନ୍ସି, ସ୍ପେସ୍‌ ଆଣ୍ଡ ଅପର ଆଟମୋସ୍ପିଅର ରିସର୍ଚ୍ଚ କମିଶନ୍ ସିଏମ୍ଏସ୍‌ଏ ସହ ଐତିହାସିକ ଚୁକ୍ତି ସାକ୍ଷର କରିଥିଲା। ଏହି ଚୁକ୍ତି ଅନୁସାରେ ପାକିସ୍ତାନୀ ଯାତ୍ରୀଙ୍କୁ ଚୀନ୍‌ର ସ୍ପେସ୍ ସେଣ୍ଟରରେ ପ୍ରଫେସନାଲ ଟ୍ରେନିଂ ମିଳିବ।ଯାହାଫଳରେ ତିୟାଙ୍ଗୋଙ୍ଗ୍ ଷ୍ଟେସନ୍‌ରେ ଖାସ୍ ରିସର୍ଚ୍ଚ ପାଇଁ ତାଙ୍କୁ ପ୍ରସ୍ତୁତ କରାଯିବ। ସିଲେକ୍ଟ କରାଯାଇଥିବା ମହାକାଶଯାତ୍ରୀ ମାଇକ୍ରୋ-ଗ୍ରାଭିଟି ରିସର୍ଚ୍ଚ, ବାୟୋଲେଜି, ମେଡିସିନ୍‌, ସ୍ପେସ୍‌ ଇଞ୍ଜିନିୟରିଂ, ମ୍ୟାଟେରିଆଲ ସାଇନ୍ସ ଓ ଆଷ୍ଟେ୍ରାନୋମି ଭଳି ବହୁ କ୍ଷେତ୍ରର ପରୀକ୍ଷଣ କରିପାରି