ଭୁବନେଶ୍ୱର, ୨୧।୭: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି । ବିଶ୍ୱହିନ୍ଦୁ ପରିଷଦ ସିବିଆଇ ତଦନ୍ତ ପାଇଁ ଦାବି କରିଛି । ଏଥିସହିତ ନିଖୋଜ ନାଇଡୁ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆହ୍ୱାନ ଦେଇଛି । ନୂଆଦିଲ୍ଲୀରେ ଆୟୋଜିତ ବୈଠକରେ ଏନେଇ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି । ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ତାଙ୍କ ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ କନ୍ଧମାଳରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା ଘଟିଥିଲା । ଏଥିରେ ଅନେକ ଲୋକଙ୍କ ଜୀବନହାନି ଘଟିବା ସହ ବହୁ ପରିବାର ବିସ୍ଥାପିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ... Crime News: ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ ମାମଲାରେ ଧରାପଡ଼ି ଜେଲ୍ ଗଲା ଅଭିଯୁକ୍ତ ସୁନୀଲ, ଲିଫ୍ଟ ଦେବା ଆଳରେ କାଜୁ ଜଙ୍ଗଲକୁ ଟେକି ନେଇଥିଲା...
ପରବର୍ତ୍ତୀ ସମୟରେ ୨୦୧୩ରେ ସେସନ୍ସ କୋର୍ଟ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ପଛରେ ଥିବା ସମ୍ଭାବ୍ୟ ବୃହତ୍ତର ଷଡ଼ଯନ୍ତ୍ରକୁ ନେଇ ପ୍ରଶ୍ନ ଏବେ ବି ଉଠୁଛି । ୨୦୧୫ ଡିସେମ୍ବରରେ ନାଇଡୁ କମିଶନ ପ୍ରାୟ ୧୫୦୦ ପୃଷ୍ଠାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦାଖଲ କରିଥିଲେ । କିନ୍ତୁ ଏହି ରିପୋର୍ଟ କେବେ ବି ସାର୍ବଜନୀନ କରାଯାଇନଥିଲା । ପରେ ୨୦୨୪ରେ ଏହି ରିପୋର୍ଟ ନିଖୋଜ ହୋଇଥିବା ଜଣାପଡ଼ିଥିଲା । ଏନେଇ ଏଫ୍ ଆଇଆର୍ ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ତଦନ୍ତ ଚଳାଇଛନ୍ତି ।