ଚାଇନା ଲଞ୍ଚ କରିବ ବଡ଼ ସ୍ପେସ୍ ଟେଲିସ୍କୋପ୍

ndtv.in
ନୂଆଦିଲ୍ଲୀ : ଚୀନ ଭାରତ ସମେତ ଅନେକ ମହାକାଶ ଏଜେନ୍ସିକୁ ଚ୍ୟାଲେଞ୍ଜ ଦେଉଛି , ଯେଉଁଥିରେ ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟ ସାମିଲ ଅଛନ୍ତି। ନିକଟରେ ଚାଇନା ବୈଜ୍ଞାନିକମାନେ ବଡ଼ ଦାବି କରି କହିଥିଲେ କି, ଚନ୍ଦ୍ରର ମାଟିରେ ଅକ୍ସିଜେନ ଓ ଇନ୍ଧନ ସୃଷ୍ଟି କରିବାର କ୍ଷମତା ରହିଛି। ଚୀନ୍ର Chang’e 5 ସ୍ପେସକ୍ରାପ୍ଟ ଦ୍ୱାରା ଅଣାଯାଇ ଥିବା ଚନ୍ଦ୍ରର ମାଟିକୁ ବିଶ୍ଳେଷଣ କରିବା ପରେ ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ।
ଚୀନ୍ ମଙ୍ଗଳ ମିଶନରେ ମଧ୍ଯ କାମ କରୁଛି। ଖାଲି ଏତିକି ନୁହେଁ ଏବେ ଏହା ୨୦୨୩ ସୁଦ୍ଧା ନିଜର ପ୍ରଥମ ବଡ଼ ସ୍ପେସ୍ ଟେଲିସ୍କୋପ ଲଞ୍ଚ କରିବାର ପ୍ରସ୍ତୁତିରେ ଲାଗି ପଡ଼ିଛି । ଏହି ଟେଲିସ୍କୋପ୍ ମାଧ୍ୟମରେ ଚୀନ , ମହାକାଶର ସର୍ବେକ୍ଷଣ କରିବାକୁ ଚାହୁଁଛି । ଆକାଶଗଙ୍ଗାକୁ ଏକ୍ସପ୍ଲୋର କରିବାକୁ ଚାହୁଁଛି ଏବଂ ଡାର୍କ ମିଟର ବା ଡାର୍କ ଏନର୍ଜିର ରହସ୍ୟକୁ ଉନ୍ମୋଚନ କରିବାକୁ ଚାହୁଁଛି । ଚୀନ୍ର ଏହି ଟେଲିସ୍କୋପ୍ ସିଧାସଳଖ ଆମେରିକା ଓ ୟୁରୋପର ହବଲ ଟେଲିସ୍କୋପ୍ ଓ ନିକଟରେ ଲଞ୍ଚ କରାଯାଇ ଥିବା ଜେମ୍ସ ୱେବ ଟେଲିସ୍କୋପ୍ କୁ ଟକ୍କର ଦେବ।
ସ୍ପେସ୍ ଡଟ୍ କମ୍ ମୁତାବିକ, ଚୀନ୍ର ନ୍ୟାସନାଲ ଆଷ୍ଟ୍ରୋନମିକଲ ଅବଜର୍ଭେଟ୍ରିର ଡେପୁଟୀ ଡାଇରେକ୍ଟର ଲିୟୁ ଜେଫେଙ୍ଗ ନ୍ୟୁଜ୍ ଏଜେନ୍ସି ସିଂହୁଆକୁ କହିଛନ୍ତି କି, ଚାଇନା ସ୍ପେସ୍ ଷ୍ଟେସନ ଟେଲିସ୍କୋପ୍ (ସିଏସଏସଟି) ଏକ ଅପ୍ଟିକଲ ଓ ଅଲଟ୍ରାଭାଓଲେଟ ସ୍ପେସ୍ ଅବଜର୍ଭେଟ୍ରି । ଏଥିରେ ୬.୬ ଫୁଟ ବ୍ୟାସର ଲେନ୍ସ ହେବ, ଯାହା ଏହାକୁ ହବଲ ସ୍ପେସ୍ ଟେଲିସ୍କୋପ୍କୁ ଟକ୍କର ଦେବାକୁ ତିଆରି ହେବ। ଏହାର ରିଜଲୁସନ ହବଲ ପରି ତୁଳନାତ୍ମକ ଭାବେ ହେବ। ହେଲେ ଏହା ୩୫୦ ଗୁଣା ଅଧିକ ଅଞ୍ଚଳରେ ଦେଖାଯିବ। ଏହାର ଅର୍ଥ ଚାଇନା ସ୍ପେସ୍ ଷ୍ଟେସନ ଟେଲିସ୍କୋପ୍ ୩୨ ବର୍ଷ ପୁରୁଣା ହବଲ ଟେଲିସ୍କୋପର ତୁଳନାରେ ଗୋଟିଏ ସମୟରେ ଆକାଶର ବହୁତ ଅଧିକ ବିସ୍ତାରରେ ଦେଖିବାକୁ ମିଳିବ।
କୁହାଯାଇଛି ଏହି ଟେଲିସ୍କୋପର୍ ମିଶନ ଲାଇଫ୍ ୧୦ ବର୍ଷର ହେବ ଏବଂ ୨.୫ ବିଲୟନ ପିକ୍ସେଲ କ୍ୟାମେରା ସହ ଆକାଶର ୪୦ ପ୍ରତିଶତ ଭାଗକୁ ସର୍ଭେ କରିବ । ଏହି ଭିତରେ ନାସା ହବଲ ସକ୍ସେସର ଭାବେ ଯେଉଁ ଜେମ୍ସ ୱେବ ସ୍ପେସ୍ ଟେଲିସ୍କୋପ୍କୁ ଲଞ୍ଚ କରିଛି , ଏଥିରେ ୨୧.୩ ଫୁଟ ବ୍ୟାସ ସହ ଏକ ପ୍ରାଇମେରୀ ମିରର ରହିଛି ।