PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ତାଇୱାନ ଉପରେ ଉଡିଲା ଚୀନ୍‌ର ୨୪ ଯୁଦ୍ଧ ବିମାନ, ହାଇ ଆଲର୍ଟରେ ତାଇପେ

ତାଇପେ : ଆମେରିକୀୟ ହାଉସ୍‌ ସ୍ପିକର ନ୍ୟାନ୍ସି ପେଲୋସିଙ୍କର ଯାତ୍ରା ପରେ ତାଇୱାନ ଉପରେ କ୍ରୋଧାନ୍ୱିତ ହୋଇ ଯାଇଛି ଚୀନ୍‌ । ସେ ବାରମ୍ୱାର ତାଇୱାନକୁ ନାଲି ଆଖି ଦେଖାଇ ଡ଼ରାଉଛି। ଗତ ଗୋଟିଏ ସପ୍ତାହ ଧରି ଅନେକ ଥର ତାଇୱାନ ଏୟାର ସ୍ପେସ୍‌ର ଉଲ୍ଲଙ୍ଘନ କରି ଚାଲିଛି ଚୀନ୍‌ । ଏହାର ସେନା ନିଜର ପଡ଼ୋଶୀ ଦେଶକୁ ବାରମ୍ୱାର ଡ଼ରାଇ ଚାଲିଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ଶୁକ୍ରବାର ଦାବି କରିଛି କି, ସେ ନିଜର ଏୟାର ଡିଫେନ୍ସ ଜୋନ୍‌ରେ ଚୀନ୍‌ର ୨୪ଟି ଫାଇଟର ପ୍ଲେନ୍‌ ଓ ୬ଟି ଜାହାଜକୁ ଡିଟେକ୍ଟ କରିଛି । ଚୀନ୍‌ ପକ୍ଷରୁ ଏହି ହରକତ ଏହାର ନେତାଙ୍କ ପକ୍ଷରୁ ଉଚ୍ଚ ସ୍ତରରେ ସେନା ଅଭ୍ୟାସକୁ ରୋକିବାର ଦୁଇ ଦିନ ପରେ କରାଯାଇଛି।

ନ୍ୟାନ୍ସି ପେଲୋସି ଚୀନ୍‌ର ଇଚ୍ଛା ବିରୋଧରେ ଯାଇ ତାଇୱାନ ଯାତ୍ରା କରିବା ପରେ ବେଜିଂ ସ୍ୱ-ଶାସିତ ଦ୍ୱୀପ ଉପରେ କବଜା କରିବାକୁ ଧମକ ଦେଇ ,ଉଚ୍ଚ ସ୍ତରରେ ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିଲା। ନିଜର ଲଢ଼ୁଆ ଯୁଦ୍ଧ ବିମାନକୁ ମଧ୍ୟ ଅଭ୍ୟାସ ପାଇଁ ଓହ୍ଲାଇ ଦେଇଥିଲା ଓ ବୁଧବାର ଚୀନ୍‌ ସେନା ଅଭ୍ୟାସ ବନ୍ଦ କରିବାକୁ ଘୋଷଣା କରିଥିଲା ।

ଚାଇନା ସରକାରୀ ମିଡ଼ିଆ ଗ୍ଲୋବାଲ ଟାଇମ୍ସ ମୁତାବିକ  ପିଏଲଏର ଇଷ୍ଟର୍ନ ଥିଏଟର କମାଣ୍ଡ କହିଛି ସେ ତାଇୱାନର ନିକଟରେ ଅଭ୍ୟାସ ବେଳେ ବିଭିନ୍ନ ମିଶନକୁ ସଫଳତାପୂର୍ବକ ପୂରା କରିନେଇଛି ।