PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ବାଦୁଡି ନୁହେଁ ,କୁକୁର ଠାରୁ ବ୍ୟାପିଛି କରୋନା ? ଚୀନ୍‌ରୁ ମିଳିଥିବା ନମୂନାକୁ ନେଇ ଆତଙ୍କ

ବେଜିଂ – ଚୀନ୍‌ର ଯେଉଁ ବଜାରରେ ମନୁଷ୍ୟଙ୍କ ଠାରେ କୋଭିଡ-୧୯ର ପ୍ରଥମ ମାମଲାର ଚିହ୍ନଟ କରାଯାଇ ଥିଲା , ଏହାର ପାଖରେ ମିଳିଥିବା ଆନୁବଂଶିକ ନମୂନାରୁ ଜଣାପଡ଼ିଛି କି ରାକୁନ କୁକୁରର ଡିଏନଏ ଭାଇରସ ସହ ମିଶିଛି । ଏହା ଏହି ସିଦ୍ଧାନ୍ତକୁ ଦୃଢ଼ କରିଛି କି, ଭାଇରସର ଉତ୍ପତ୍ତି  ଲାବୋରେଟୋରୀରୁ ନୁହେଁ , ଏହା ପଶୁଙ୍କ ଠାରୁ ହୋଇଥିଲା। ଏହି ସୂଚନା ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞମାନେ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ( WHO)ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରେୟେସସ କହିଛନ୍ତି , ଏହି ତଥ୍ୟ ଏହି କଥାର ନିଶ୍ଚିତ ଭାବେ ଜବାବ ଦେଇ ନାହିଁ କି ମହାମାରୀର ଆରମ୍ଭ କେମିତି ହୋଇଛି , କିନ୍ତୁ ଏହା ଜବାବର ନିକଟତର ହେବାରେ ପ୍ରତ୍ୟେକ ତଥ୍ୟ ମହତ୍ତ୍ୱପୂର୍ଣ୍ଣ ସାଜିଛି।

କରୋନା ଭାଇରସର ଉତ୍ପତ୍ତି କେମିତି ହୋଇଛି, ଏହା ସ୍ପଷ୍ଟ ନାହିଁ । ଅନେକ ବୈଜ୍ଞାନିକଙ୍କ ଅନୁସାରେ, ସବୁଠୁ ଅଧିକ ସମ୍ଭାବନା ଏହା କି ଏହା ଚୀନ୍‌ର ଉହାନରେ ପଶୁଙ୍କ ଠାରୁ ମନୁଷ୍ୟଙ୍କୁ ବ୍ୟାପିଛି। ଅନ୍ୟପଟେ , ଉହାନରେ ଅନେକ ଲାବରେଟୋରୀ  ଅଛି , ଯେଉଁଠି କରୋନା ଭାଇରସ ନମୂନା ଏକତ୍ରିତ କରାଯାଏ ଏବଂ ତାର ଅଧ୍ୟୟନ କରାଯାଏ।  ଏହି ସ୍ଥିତିରେ କିଛି ବୈଜ୍ଞାନିକଙ୍କ ଏହି ସିଦ୍ଧାନ୍ତକୁ ବଳ ମିଳେ କି ହୋଇପାରେ ଏହି ଭାଇରସ ଏଥିରୁ କିଛି ଲାବୋରେଟୋରୀରୁ ବ୍ୟାପି ଥାଇପାରେ। ନୂଆ ନିଷ୍କର୍ଷରୁ ପ୍ରଶ୍ନର ସମାଧାନ ହୋଇ ନାହିଁ ଏବଂ ଏହାକୁ ଔପଚାରିକ ଭାବେ ଅନ୍ୟ ବିଶେଷଜ୍ଞଙ୍କ ପକ୍ଷରୁ ସମୀକ୍ଷା କରାଯାଇ ନାହିଁ କି ଏହାକୁ କୌଣସି ସମୀକ୍ଷା ପତ୍ରିକାରେ ପ୍ରକାଶିତ କରାଯାଇଛି।

ଚୀନ୍‌ର ଉହାନ ସହରର ଏକ ବନ୍ୟଜୀବ ବଜାରରେ ପୂର୍ବରୁ ଅନେକ ଅନ୍ୟ ଭାଇରସ ଏହିପରି ପଶୁଙ୍କ ଠାରୁ ମନୁଷ୍ୟଙ୍କ ଠାରେ ବ୍ୟାପି ଥିଲା । ଆନୁବଂଶିକ ସୂଚନା ପ୍ରଥମେ ସେୟାର କରି ନଥିବାରୁ ଟେଡ୍ରୋସ ଚୀନର ସମାଲୋଚନା କରିଥିଲେ । ସେ କହିଥିଲେ କି, ଏହି ସୂଚନା ୩ବର୍ଷ ପୂର୍ବରୁ ସେୟାର କରାଯିବାର ଥିଲା । ନମୂନା ଉହାନର ହୁଆନନ ସିଫୁଡ ବଜାରରୁ ୨୦୨୦ର ପ୍ରାରମ୍ଭରେ ଏକାଠି କରାଯାଇ ଥିଲା , ଯେଉଁଠି ୨୦୧୯ର ଶେଷରେ ମନୁଷ୍ୟଙ୍କ ଠାରେ କୋଭିଡ-୧୯ର ପ୍ରଥମ ମାମଲା ସାମନାକୁ ଆସିଥିଲା ।

ସମ୍ବନ୍ଧିତ ଖବର