ଦିଗପହଣ୍ଡି, ୦୭/୦୭ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ଗ୍ରାମ ପଞ୍ଚାୟତର ଉସ୍ତପଲ୍ଲୀ ଗ୍ରାମରେ ପୁଣି ଜଣେ ହଇଜା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ପ୍ରକାଶ ରାଉତ ବୋଲି ଜଣାପଡିଛି। ଉସ୍ତପଲ୍ଲୀ ଗ୍ରାମର ଆଉ ୧୦ ଜଣ ଆକ୍ରାନ୍ତ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି।
ସୂଚନାନୁଯାୟୀ, ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ଗ୍ରାମ ପଞ୍ଚାୟତର ଉସ୍ତପଲ୍ଲୀ ଗ୍ରାମରେ ଦୁଇ ଦିନ ଧରି ଝାଡ଼ାବାନ୍ତି ଲାଗି ରହିଛି। ଆଜି ଝାଡ଼ାବାନ୍ତିରେ ଗ୍ରାମର ପ୍ରକାଶ ରାଉତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆଉ ୧୦ ଜଣ ଆକ୍ରାନ୍ତ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଦିଗପହଣ୍ଡି ଅଞ୍ଚଳରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ବିଧାୟକ ଉସ୍ତପଲ୍ଲୀ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।