କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଜାମିନ, ଦୁଇ ବର୍ଷ ପୂର୍ବେ ମହିଳା କରିଥିଲେ ଅଭିଯୋଗ

ନୂଆଦିଲ୍ଲୀ ୨୪/୦୬: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଦୁଷ୍କର୍ମ ମାମଲାରେ ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଗଣେଶ ଆଚାର୍ଯ୍ୟ କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୨୦୨୦ ମସିହାରେ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ଜଣେ ମହିଳା ଡ୍ୟାନ୍ସର ତାଙ୍କ ନାଁରେ ଦୁଷ୍କର୍ମ ମାମଲାରେ ଏଫ୍ଆଇଆର୍ କରିଥିଲେ। ମାମଲାର ତଦନ୍ତରେ ନିୟୋଜିତ ପୋଲିସ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।
ମହିଳା ଡ୍ୟାନ୍ସର ତାଙ୍କ ଅଭିଯୋଗରେ କହିଥିଲେ, ସେ ତାଙ୍କ ଅଫିସକୁ କାମ କରିବାକୁ ଯାଉଥିଲେ, କୋରିଓଗ୍ରାଫର ତାଙ୍କୁ ଖରାପ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ କହିଥିଲେ। ଏହାକୁ ବିରୋଧ କରିବାରୁ ଗଣେଶ ତାଙ୍କୁ ହଇରାଣ କରିବାକୁ ଲାଗିଲେ।
ମହିଳା ନୃତ୍ୟଶିଳ୍ପୀ ଗଣେଶ ଆଚାର୍ଯ୍ୟଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେତେବେଳେ ସେ ସଭାରେ ସମସ୍ତଙ୍କ ସାମ୍ନାରେ କୋରିଓଗ୍ରାଫରଙ୍କୁ ବିରୋଧ କରିଥିଲେ, ଗଣେଶ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ମାଡ଼ ମାରିଥିଲେ। ମହିଳା ପ୍ରଥମେ ପୋଲିସ ପାଖକୁ ଯାଇଥିଲେ, ମାମଲା ପଞ୍ଜୀକୃତ ନହେବାରୁ, ଓକିଲଙ୍କ ମାଧ୍ୟମରେ ସେ ଏହି FIR ପଞ୍ଜୀକୃତ କରାଇଥିଲେ।