ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା, କରୋନା ବେଳର ମିଡ୍ ଡେ ମିଲ୍ ଟଙ୍କା, ସ୍କୁଲ ପୋଷାକ ଓ ଜୋତା ଦେବାକୁ ଦାବି

କଟକ, ୦୬/୦୨ : ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ନମିଳିବାରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ଆଜି ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲ୍ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ପ୍ଲା କାର୍ଡ ଧରି ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିରୋଧ କରୁଛନ୍ତି। ଯେପର୍ଯ୍ୟନ୍ତ କରୋନା ବେଳର ମିଡ୍ ଡେ ମିଲ୍ ଟଙ୍କା, ସ୍କୁଲ ପୋଷାକ ଓ ଜୋତା ନ ମିଳିଛି, ସେ ପର୍ଯ୍ୟନ୍ତ ଧାରଣରୁ ଉଠିବେ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି।
ସ୍କୁଲକୁ ଟଙ୍କା ଆସିଥିବା ବେଳେ ଦାୟିତ୍ଵରେ ଥିବା ପ୍ରଧାନଶିକ୍ଷକ ରାଜେନ୍ଦ୍ର ସାମଲ ଟଙ୍କା ଉଠେଇ ପାରୁନାହାଁନ୍ତି। ତାଙ୍କୁ କୌଣସି ଟଙ୍କା ଉଠାଇବାକୁ ଅନୁମତି ନଥିବାରୁ ପିଲାମାନେ ସରକାରଙ୍କ ସହାୟତା ପାଇପାରୁ ନାହାଁନ୍ତି। ଏହି ସ୍କୁଲର ଟଙ୍କାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଉଠାଇବା ପାଇଁ ଅନୁମତି ରହିଥିବା ବେଳେ ସେ ଟଙ୍କା ଉଠାଉ ନାହାଁନ୍ତି। ପିଲାମାନେ ଏହାକୁ ନେଇ ଆଜି ଧାରଣା ଦେଇଛନ୍ତି।