PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

+୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ – ପ୍ରଥମ ଶ୍ରେଣୀରେ ୬, ୬୧୦ଜଣ ଛାତ୍ରଛାତ୍ରୀ ପାସ୍‌

ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରୀକ୍ଷାଫଳ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀମାନେ orissaresults.nic.in, www.chseodisha.nic.in, examresults.net ୱେବସାଇଟ୍‌ରେ ଫଳ ଦେଖିପାରିବେ ।

ପ୍ରଥମ ଶ୍ରେଣୀରେ ୬, ୬୧୦ଜଣ ଛାତ୍ରଛାତ୍ରୀ  ପାସ୍‌ ହୋଇଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ୍‌ ହାର ଅଧିକା ରହିଛି । ମୋଟ୍‌ ପାସ୍‌ କରିଛନ୍ତି ୧୯ ହଜାର ୩୧୮ ଜଣ ଛାତ୍ରଛାତ୍ରୀ । ପରୀକ୍ଷା ଦେଇଥିଲେ ୨୫ ହଜାର ୭୭୨ ଛାତ୍ରଛାତ୍ରୀ ।

ଉଲ୍ଲେଖନୀୟ ଯେ ଏହି ପରୀକ୍ଷାରେ ଫାଷ୍ଟ ଡିଭିଜନ ୬, ୬୧୦ଜଣ ଛାତ୍ରଛାତ୍ରୀ  ପାସ୍‌ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୪୨୫୯ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ଏବଂ ଥାର୍ଡ ଡିଭିଜନରେ ୮୩୬୧ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୪୦ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ୱର ରଖିଛନ୍ତି ।

୨୯ଟି ଯୁକ୍ତ ଦୁଇ କଲେଜ୍‌ରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି । ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ଥିବାବେଳେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ରହିଛି ପାସ୍‌ ହାର ।