ନୂଆଦିଲ୍ଲୀ : ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗର କ୍ଷମତାରୁ ହଟିବା କ୍ଷଣି ତୃଣମୂଳ କଂଗ୍ରେସ (ଟିଏମସି)ର ଖରାପ ଦିନ ଆରମ୍ଭ ହୋଇ ଯାଇଛି। ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ପୁଣି ଥରେ ଆକ୍ସନର ପ୍ରସ୍ତୁତି ହେଉଛି। ଶନିବାର ସିଆଇଡିର ଏକ ୫ ଜଣିଆ ସଦସ୍ୟ ଟିମ୍ ଅଭିଷେକ ବାନାର୍ଜୀଙ୍କ କୋଲକାତା ସ୍ଥିତି ଘରେ ପହଞ୍ଚି ଥିଲେ। ହେଲେ ସେ ତାଙ୍କ ଘରେ ନଥିଲେ।
ସାଂସଦ ଅଭିଷେକଙ୍କ ଆବାସରେ ସିଆଇଡିର ପ୍ରାୟ ୫ ଅଧିକାରୀ ଉପସ୍ଥିତ ଥିଲେ। ବାନାର୍ଜୀଙ୍କ କର୍ମଚାରୀ କହି ଥିଲେ ଯେ, ସାଂସଦ ଏହି ସମୟରେ କେଉଁଠି ଅଛନ୍ତି ସେ ଜାଣି ନାହାନ୍ତି। ଏବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସିଆଇଡି ଅଭିଷେକଙ୍କ ଘର ଶାନ୍ତି ନିକେତନରେ କାହିଁକି ଚଢାଉ କଲେ। କୁହାଯାଉଛି ଯେ, ସିଆଇଡିର ଅଧିକାରୀ ବିଧାନସଭାରେ ତୃଣମୂଳ ପାର୍ଲିୟାମେଣ୍ଟ୍ରି ପାର୍ଟିର ଲେଟରରେ ଦସ୍ତଖତକୁ ନେଇ ହୋଇଥିବା ବିବାଦର ଯାଞ୍ଚ ପାଇଁ ଅଭିଷେକଙ୍କ ସହ କଥା ହେବାକୁ ଯାଇ ଥିଲେ। ସେହି ଘର ଉପରେ ନୋଟିସ୍ ସର୍ଭ କରାଯାଇ ପାରେ। ସିଆଇଡି ପ୍ରଥମେ ଉକ୍ତ କେସରେ କୁଣାଳ ଘୋଷଙ୍କୁ ପଚରାପଚରି କରି ଥିଲା।
ଆହୁରି ମଧ୍ୟ ପଢନ୍ତୁ : ତୃଣମୂଳ କଂଗ୍ରେସରେ ଭୂକମ୍ପ: ମମତା ଓ ଅଭିଷେକଙ୍କୁ ହଟାଇବାକୁ ଜୋରଦାର ଦାବି
ପଶ୍ଚିମବଙ୍ଗରେ ଗତ ମାସରେ ହୋଇ ଥିବା ବିଧାନସଭା ନିର୍ବାଚନରେ ଟିଏମସିର ଶକ୍ତ ପରାଜୟ ହୋଇ ଥିଲା। ୧୫ ବର୍ଷ ଧରି ଶାସନରେ ରହିଥିବା ଟିଏମସିକୁ ବାହାରର ରାସ୍ତା ଦେଖିବାକୁ ପଡ଼ିଲା। ବିଜେପିକୁ ମୋଟ ୨୦୮ଟି ଆସନ ମିଳିଥିବା ବେଳେ ଟିଏମସିକୁ ୮୦ଟି ଆସନ ମିଳି ଥିଲା। ରାଜ୍ୟରେ ପ୍ରଥମ ଥର ବିଜେପିର ସରକାର ହୋଇ ଥିଲା ଏବଂ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇ ଥିଲେ। ମମତା ବାନାର୍ଜୀଙ୍କ ପରାଜୟ ପରେ ଟିଏମସିରେ ବଡ଼ ବିଦ୍ରୋହ ଦେଖିବାକୁ ମିଳୁଛି। ଅନେକ ସାଂସଦ ଓ ବିଧାୟକ ଖୋଲାଖୋଲି ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ଅନ୍ୟପଟେ ବିଜେପି ଦାବି କରିଛି ଯେ, ପ୍ରାୟ ୫୦ଜଣ ବିଧାୟକ ଓ ୨୦ ଜଣ ସାଂସଦ ପାର୍ଟି ଛାଡ଼ି ଗେରୁଆ ଦଳରେ ଯୋଗ ଦେଇ ପାରନ୍ତି , ଯଦି କେନ୍ଦ୍ରୀୟ ନେତୃତ୍ୱ ସବୁଜ ସଙ୍କେତ ଦିଅନ୍ତି ତ।
ତୃଣମୂଳ ପାର୍ଟି ପକ୍ଷରୁ ବିଧାନସଭାରେ ଜମା କରାଯାଇ ଥିବା ଚିଠିରେ ଅଭିଯୋଗ ଲଗାଯାଇ ଥିଲା ଯେ, ଅନେକ ବିଧାୟକଙ୍କ ଦସ୍ତଖତରେ ଅସମାନତା ଥିଲା। ସିଆଇଡି ଯାଞ୍ଚରେ କୋଲକାତା ପୁଲିସର ସାହାଯ୍ୟ କରୁଛି। ଏହା ପୂର୍ବରୁ ,ଏହି ସୂଚନା ଆଧାରରେ ସିଆଇଡିର ଅଧିକାରୀ ଚୌରଙ୍ଗୀ ବିଧାୟକ ନୈନା ବାନାର୍ଜୀ ଓ ବେଲେଘାଟା ବିଧାୟକ କୁଣାଳ ଘୋଷଙ୍କ ଘରକୁ ଯାଇ ପଚରାପଚରି କରିଥିଲେ।
ଦେଖନ୍ତୁ ଏହି ଭିଡିଓ - Bird Lover | ୧୦ ବର୍ଷ ଭିତରେ ଗଢ଼ିଲେଣି ପ୍ରାୟ ୫ ହଜାର ମାଟି ବସା,ପକ୍ଷୀଙ୍କ ରକ୍ଷେଣବେକ୍ଷଣାକୁ କରିଛନ୍ତି ବ୍ରତ