PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଗୁଜରାଟର ଏହି ସିରିୟଲ କିଲରକୁ ଧରିବାରେ ପୋଲିସର ୬୦ ଟିମ୍ ବିଫଳ, ସିଆଇଡିକୁ ଦିଆଗଲା ଦାୟିତ୍ବ

ଗାନ୍ଧିନଗର,୧।୬: ଗୁଜରାଟର ଗାନ୍ଧିନଗରରେ ବହୁ ଲୋକଙ୍କୁ ହତ୍ୟା କରିସାରିଥିବା ଏକ ସିରିୟଲ କିଲରକୁ ୮ ମାସ ହେବ ପୋଲିସ ଗିରଫ କରିବାରେ ବିଫଳ ହୋଇଛି। ଗ୍ରାମାଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ସେ ଲୋକଙ୍କୁ ହତ୍ୟା କରି ଫେରାର ହୋଇଯିବାରେ ସଫଳ ହେଉଛି।  ତାକୁ ଗିରଫ କରିବା ପାଇଁ ପୋଲିସ ଓ ଏସଆଇଟିର ୬୦ଟି ଟିମ୍ ତିଆରି କରିଥିଲା। ମହାରାଷ୍ଟ୍ରରୁ ମୁମ୍ବାଇ ପୋଲିସ ମଧ୍ୟ ତା’ର ସନ୍ଧାନରେ ଗାନ୍ଧିନଗର ଆସିଥିଲା।କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ତେଣୁ ଏବେ ଏହି ମାମଲା ସିଆଇଡିକୁ ଦିଆଯାଇଛି।

ଗାନ୍ଧିନଗର ପୋଲିସର କହିବା ଅନୁସାରେ ଅପରାଧୀ ଜଣକ ଖୁବ୍ ଚାଲାକ । ସେ ହତ୍ୟା କରି ଗାଏବ ହୋଇଯାଇଛି। ଏପରିକି ପୋଲିସ ମଧ୍ୟ ତା’ର ନାଁ ଜାରିପାରି ନାହିଁ କିମ୍ବା ପୋଲିସ ସହ ତା’ର କେବେ ସଂଘର୍ଷ ହୋଇଛି। କେବଳ ଗାନ୍ଧିନଗର ପୋଲିସ ତା’ର ସ୍କେଚ ତିଆରି କରିବାରେ ସଫଳ ହୋଇଥିଲା। ଏହାପରେ ମୁମ୍ବାଇ ପୋଲିସ ତଦନ୍ତ ପାଇଁ ଗୁଜରାଟ ଆସିଥିଲା।

ଏହି ହତ୍ୟାକାରୀ ଜଣକ ଦନ୍ତେଲି, କୋବା ଓ ଶେସ୍ତା ଗାଁର ୩ ଜଣ ଲୋକଙ୍କୁ ହତ୍ୟା କରିଥିଲା।  ତା ପାଖରେ ଥିବା ହତିଆରକୁ ପୋଲିସ ମଧ୍ୟ ଚିହ୍ନଟ କରିପାରିନାହିଁ। ଲୋକାଲ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ହତ୍ୟାକାରୀ ପାଖରେ ୭.୬୫ ଏମଏମର ପିସ୍ତଲ ରହିଥାଇ ପାରେ। ସେ ପିସ୍ତଲ ଅନ୍ୟ ରାଜ୍ୟରୁ ଚୋରାଯାଇଛି। ଏବେ ସିସିଟିଭି ସାହାର୍ଯ୍ୟରେ ସନ୍ଦିଗ୍ଧର ସ୍କେଚ ଜାରି କରିବା ପରେ ଲୋକଙ୍କ ଉତ୍ତେଜନା କମିଛି। କିନ୍ତୁ ଭୟ କାହା ମନରୁ ଛାଡିନି।

ସମ୍ବନ୍ଧିତ ଖବର