ମେକ୍ସିକୋ ସିଟି : ଜେନ-ଜିଙ୍କ ହଙ୍ଗାମା ମେକ୍ସିକୋରେ ମଧ୍ୟ ଜୋର ଧରିଛି। ମେକ୍ସିକୋ ସିଟିର ଗଳିକନ୍ଦିରେ ହଜାର ହଜାର ସଂଖ୍ୟାରେ ବିରୋଧ ପ୍ରଦର୍ଶନକାରୀମାନେ ଜମା ହୋଇ ଯାଇଥିଲେ। ସେମାନ ଅପରାଧ ଓ ଦୁର୍ନୀତି ବିରୋଧରେ ଖୁବ୍ ବିରୋଧ ପ୍ରଦର୍ଶନ କରିଥିଲେ। ଜେନ-ଜିଙ୍କ ଏହି ବିରୋଧ ପ୍ରଦର୍ଶନକୁ ଅନ୍ୟ ବୟସର ଲୋକଙ୍କର ମଧ୍ୟ ଖୁବ୍ ସମର୍ଥନ ମିଳିଥିଲା। କିଛି ସୋସିଆଲ ମିଡ଼ିଆ ପୋଷ୍ଟ୍ସରେ ଦାବି କରାଯାଉଛି ଯେ, ଏହି ବିରୋଧ ପ୍ରଦର୍ଶନ ଚୀନ ସମର୍ଥକ ରାଷ୍ଟ୍ରପତିଙ୍କ ବିରୋଧରେ ହୋଇଛି। ଯୁବ ପ୍ରଦର୍ଶନକାରୀ ପୁଲିସକର୍ମୀଙ୍କ ଉପରେ ମଧ୍ୟ ହମଲା ଆରମ୍ଭ କରି ଦେଇଥିଲେ ,ଏଥିରେ ବହୁ ସଂଖ୍ୟାରେ ଲୋକେ ଆହତ ହୋଇ ଥିଲେ।
ପୁଲିସ ଉପରେ ଆକ୍ରମଣ –
ବିରୋଧ ପ୍ରଦର୍ଶନକାରୀମାନେ ପଥର , ଠେଙ୍ଗା ଓ ଚେନ ପୁଲିସ ଉପରେ ହମଲା କରିଥିଲେ। ମେକ୍ସିକୋ ସିଟ୍ର ସୁରକ୍ଷା ସଚିବ ପାବ୍ଲୋ ବୈଜେକ କହିଛନ୍ତି ଯେ , ପାଖାପାଖି ୧୨୦ ଜଣ ଲୋକ ଆହତ ହୋଇଥିଲେ, ଯେଉଁଥିରେ ୧୦୦ ପୁଲିସ କର୍ମୀ ଅଛନ୍ତି। ଉକ୍ତ ମାମଲାରେ ୨୦ ଜଣ ଲୋକଙ୍କୁ ଗିରଫ କରାଯାଇଛି। ପ୍ରଦର୍ଶନ କରୁଥିବା ଜଣେ ୨୯ ବର୍ଷିୟ ବିଜନେସମ୍ୟାନ କହିଛନ୍ତି ଯେ, ଆମକୁ ଆହୁରି ସୁରକ୍ଷା ଆବଶ୍ୟକ। ଜଣେ ୪୩ ବର୍ଷିୟ ମହିଳା ଫିଜିସିଆନ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ସେ ପବ୍ଲିକ୍ ହେଲଥ୍ ସିଷ୍ଟମ ପାଇଁ ଅଧିକ ଫଣ୍ଡର ଦାବି ସହ ମାର୍ଚ୍ଚରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ସେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମହିଳା ଡାକ୍ତରଙ୍କର କହିବାର ଥିଲା ଯେ, ଆଜି ହତ୍ୟା ହୋଇ ଯାଉଛି ଏବଂ କିଛି ହେଉ ନାହିଁ।
ହାଇ ପ୍ରୋଫାଇଲ ହତ୍ୟା –
ମେକ୍ସିକୋରେ ନିକଟବର୍ତ୍ତୀ ଦିନ ଗୁଡ଼ିକରେ ଅନେକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ଭଳି ଘଟଣା ଘଟିଛି। ଏଥିରେ ପଶ୍ଚିମୀ ରାଜ୍ୟ ମିଚୋଆକେନର ପ୍ରସିଦ୍ଧ ମେୟରଙ୍କର ହତ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ବିଶେଷ କଥା ଏହା ଯେ, ଶନିବାର ହୋଇଥିବା ବିରୋଧ ପ୍ରଦର୍ଶନରେ ବିଭିନ୍ନ ବୟସର ଲୋକେ ସାମିଲ ହୋଇ ଥିଲେ। ଏଥିରେ ମେୟର କାର୍ଲୋସ ମାଞ୍ଜୋଙ୍କର ସମର୍ଥକ ମଧ୍ୟ ସାମିଲ ଥିଲେ। ଏଥିରୁ ଜଣେ ରୋଜା ମାରିଆ ଏଭିଲା କହିଛନ୍ତି ଯେ, ଏହି ରାଜ୍ୟ ଏବେ ମୃତ ପାଲଟୁଛି। ସେ ମେୟରଙ୍କୁ ସ୍ମରଣ କରି କହିଛନ୍ତି , ତାଙ୍କୁ କେବଳ ଏଥିପାଇଁ ହତ୍ୟା କରାଗଲା , କାରଣ ସେ ପାହାଡିଆ ଅଞ୍ଚଳକୁ ଅଫିସରଙ୍କୁ ପଠାଉ ଥିଲେ, ଯିଏ ଯୁବ ଅପରାଧିଙ୍କୁ ମାରୁଥିଲେ। ତାଙ୍କ ପାଖରେ ଅପରାଧିଙ୍କୁ ମୁକାବିଲା କରିବାର ସାହସ ଥିଲା।