ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ,୧୮।୩: ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ। ଢେଙ୍କାନାଳ ସହରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଛାତ୍ରୀଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି। ଯାହାକୁ ନେଇ ତାଙ୍କ ସାହିରେ ବେଶ୍ ଚର୍ଚ୍ଚା ହେଉଥିଲା।
ଏ ସମ୍ପର୍କରେ ଛାତ୍ରୀଙ୍କ ମା’ ଜାଣିପାରି ଗତକାଲି ତାଙ୍କୁ ଗାଳି କରିଥିବା ବେଳେ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏକ ବନ୍ଦ ଘରେ ରସି ଲଗାଇ ଝୁଲି ପଡିଥିବା ପରିବାର ଲୋକେ ଦେଖିଥିଲେ । ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।