PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଜଳବାୟୁ ପରିବର୍ତ୍ତନ ଡାକି ଆଣୁଛି ବଡ଼ ବିପଦ: ୨୦୫୦ ବେଳକୁ ଘନେଇବ ଖାଦ୍ୟ ସଂକଟ, ପ୍ରଭାବିତ ହେବେ ଭାରତର ଅଧା ଜନସଂଖ୍ୟା

ନୂଆଦିଲ୍ଲୀ,୧୯/୦୩: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଖୁବ୍‌ଶୀଘ୍ର ବିଶ୍ୱର ଅନେକ ଦେଶ ଖାଦ୍ୟ ଯୋଗାଣ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି । ଏକ ରିପୋର୍ଟ ଅନୁସାରେ, ବିଶ୍ୱ ତାପନ ଏବଂ ଜଳ ସଂକଟ ଯୋଗୁ ୨୦୫୦ରେ ଭାରତର ଖାଦ୍ୟ ଯୋଗାଣରେ ୧୬%ରୁ ଅଧିକ ହ୍ରାସ ଘଟିପାରେ । ଫଳରେ ଦେଶର ୫୦% ଜନସଂଖ୍ୟା ଖାଦ୍ୟ ସଂକଟର ସାମ୍ନା କରିବେ ।

ଜଳବାୟୁ ସମସ୍ୟା ଯୋଗୁ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହେବା ଫଳରେ ଉତ୍ପାଦନକାରୀ ଦେଶଗୁଡ଼ିକ ଆମଦାନିକାରୀ ପାଲଟିବେ । ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ଚୀନ୍‌ରେ ଦେଖାଦେବ । ସେଠାରେ ଖାଦ୍ୟ ଯୋଗାଣରେ ୨୨.୪% ହ୍ରାସ ଘଟିପାରେ । ଏହା ପଛକୁ ରହିଛି ଦକ୍ଷିଣ ଆମେରିକା । ସେଠାରେ ଖାଦ୍ୟ ଯୋଗାଣରେ ୧୯.୪% ହ୍ରାସ ଘଟିପାରେ । ରିପୋର୍ଟରେ କୁହାଯାଇଛି ଯେ, ଚୀନ୍‌ ଏବଂ ଆସିଆନ୍‌ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଏସୀୟ ଦେଶ, ଯେଉଁମାନେ ବର୍ତ୍ତମାନ ଖାଦ୍ୟ ରପ୍ତାନିକାରୀ ରହିଛନ୍ତି ୨୦୫୦ ସୁଦ୍ଧା ସେମାନେ ଖାଦ୍ୟ ଆମଦାନିକାରୀ ପାଲଟିବେ ।

ଜଳ ସଂକଟ ଏହାର ଏକ ପ୍ରମୁଖ କାରଣ । ସ୍ୱଚ୍ଛ ଏବଂ ବ୍ୟବହାରଯୋଗ୍ୟ ଜଳର ଚାହିଦା ବୃଦ୍ଧିରୁ ଜଳାଭାବ ସମସ୍ୟା ଦେଖାଦେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ, ୨୦୧୯ରେ ଜଳ ସଂକଟର ସାମ୍ନା କରିବାରେ ଭାରତ ବିଶ୍ୱ ସ୍ତରରେ ୧୩ ନମ୍ବର ସ୍ଥାନରେ ଥିଲା ।
ଜାତିସଂଘ ରିପୋର୍ଟ ଅନୁସାରେ, ଆଗକୁ ବିଶ୍ୱରେ ଏକ ବଡ଼ ଜଳ ସଂକଟ ଦେଖାଦେଇପାରେ । ଚଳିତ ଦଶନ୍ଧି ଶେଷ ସୁଦ୍ଧା ସ୍ୱଚ୍ଛ ଜଳ ଚାହିଦା ଏହାର ଯୋଗାଣକୁ ୪୦% ଟପିଯିବ ।

ଅତ୍ୟଧିକ ଜଳ ବ୍ୟବହାରକୁ ହ୍ରାସ କରିବା ପାଇଁ ଜାତିସଂଘ ପକ୍ଷରୁ ଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଖଣିଠାରୁ ଆରମ୍ଭ କରି ବିନିର୍ମାଣ ପର୍ଯ୍ୟନ୍ତ ଶିଳ୍ପଗୁଡ଼ିକୁ ଜଳ ନଷ୍ଟ ନ କରିବା ପାଇଁ ଏହା ଆହ୍ୱାନ ଦେଇଛି ।

ରାଷ୍ଟ୍ରଗୁଡ଼ିକ ଜଳକୁ ଏକ ଗ୍ଲୋବାଲ କମନ୍‌ ଗୁଡ୍‌ ଭାବେ ପରିଚାଳନା କରିବା ଦରକାର । କାରଣ ଅଧିକାଂଶ ରାଷ୍ଟ୍ର ଜଳ ପାଇଁ ନିଜ ନିଜ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ବଡ଼ ମାତ୍ରାରେ ନିର୍ଭରଶୀଳ । ଆବଶ୍ୟକଠାରୁ ଅଧିକ ଜଳ ବ୍ୟବହାର, ପ୍ରଦୁଷଣ ଏବଂ ଜଳବାୟୁ ସମସ୍ୟା ବିଶ୍ୱ ଜଳ ଯୋଗାଣ ପାଇଁ ବିପଦ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟ ଅନୁସାରେ, ପ୍ରତିବର୍ଷ ବିଶ୍ୱରେ ୭୦,୦୦୦ କୋଟି ଡଲାରରୁ ଅଧିକ ସବ୍‌ସିଡି କୃଷି ଏବଂ ଜଳ ପାଇଁ ଦିଆଯାଉଛି । ଏହା ଦ୍ୱାରା ଅତିରିକ୍ତ ଜଳ ବ୍ୟବହାରକୁ ପ୍ରୋତ୍ସାହନ ମିଳୁଛି । ଏହା ସହିତ ଜଳ ଲିକେଜ୍‌ ସମସ୍ୟାର ତୁରନ୍ତ ସମାଧାନ ହେବା ଦରକାର । ସ୍ୱଚ୍ଛ ଜଳ ବ୍ୟବସ୍ଥାର ସଂରକ୍ଷଣ ମଧ୍ୟ ଜରୁରୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧିତ ଖବର