PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଭୟଙ୍କର ହେଉଛି ଜଳବାୟୁ ପରିବର୍ତ୍ତନ, ଭାରତରେ ୬୦ କୋଟି ଲୋକଙ୍କ ପାଇଁ ବିପଦ

ନୂଆଦିଲ୍ଲୀ, ୨୪।୫: ଜଳବାୟୁ ପରିବର୍ତ୍ତନର ଭୟଙ୍କର ରୂପ ଆଗକୁ ବିଶ୍ୱ ଦେଖିବାକୁ ଯାଉଛି । ଯଦି ଏବେଠାରୁ ଜଳବାୟୁର ବିପଜ୍ଜନକ ପରିବର୍ତ୍ତନରେ ରୋକ ଲଗାଯିବା ଦିଗରେ ବଡ଼ ପଦକ୍ଷେପ ନ ନିଆଯାଏ ତେବେ ଏକବିଂଶ ଶତାବ୍ଦୀର ଶେଷଆଡ଼କୁ ଦୁନିଆର ୨୦୦ କୋଟିରୁ ଊଦ୍ଧ୍ୱର୍ ଲୋକ ଏହା କବଳକୁ ଆସିଯିବେ । ଭାରତ ମଧ୍ୟ ଏଥିରୁ ବର୍ତ୍ତିପାରିବ ନାହିଁ । ଯଦି ବୈଶ୍ୱିକ ତାପମାତ୍ରା ୨.୭ ଡିଗ୍ରୀ ବଢ଼ିବ ତେବେ ଭାରତର ପ୍ରାୟ ୬୦ କୋଟି ଲୋକ ପ୍ରବଳ ଗ୍ରୀଷ୍ମପ୍ରବାହରେ କଲବଲ ହେବେ ବୋଲି ଗ୍ଲୋବାଲ ସିଷ୍ଟମ୍‌ସ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଧ୍ୟୟନ ରିପୋର୍ଟରେ କୁହାଯାଇଛି, ଆମେ ଆସନ୍ତା ପିଢ଼ି ପାଇଁ ଗ୍ୟାସ୍‌ ଚାମ୍ବର ପ୍ରସ୍ତୁତ କରୁଛୁ । ସମ୍ପ୍ରତି ବୈଶ୍ୱିକ ସ୍ତରରେ ହାରାହାରି ୩.୫ ଜଣ କିମ୍ବା ଆମେରିକାର ହାରାହାରି ୧.୨ ନାଗରିକ ଯେତିକି କାର୍ବନ ନିର୍ଗମନ କରୁଛନ୍ତି, ତାହା ଭବିଷ୍ୟତରେ ଜନ୍ମ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭୀଷଣ ତାପମାତ୍ରା ସହିବା ନିମନ୍ତେ ଯଥେଷ୍ଟ ।

ଆଗାମୀ ଦିନରେ ପ୍ରବଳ ଗ୍ରୀଷ୍ମବାହରୁ ରକ୍ଷା ପାଇବା ପାଇଁ ଲୋକେ ସେପରି ସ୍ଥାନରେ ରହିବେ ଯେଉଁଠି ଏବେ ବୈଶ୍ୱିକ ସ୍ତରରେ ନିର୍ଗମନ ସ୍ତର ହାରାହାରି ଅଧା । ଏଥିଯୋଗୁ ଭବିଷ୍ୟତ ପିଢ଼ି ଜଳବାୟୁ ଅସମାନତା ସଙ୍କଟର ସାମ୍‌ନା କରିବେ । ଅତ୍ୟନ୍ତ ଖରାପ ସ୍ଥିତିରେ ବିଶ୍ୱତାପନ ୪.୪ ଡିଗ୍ରୀ ସେଲ୍‌ସିୟସ ବଢ଼ିଯିବ । ଏଥିଯୋଗୁ ବିଶ୍ୱର ଅର୍ଦ୍ଧାଧିକ ବା ୫୦ ପ୍ରତିଶତରୁ ଅଧକ ଲୋକ ଅତି ବିପଜ୍ଜନକ ସ୍ଥିତିର ସାମ୍‌ନା କରିବେ । ଏପରିସ୍ଥଳରେ ଜୀବନ ଧାରଣ କରିବା ବେଶ୍‌ କଷ୍ଟକର ହୋଇପଡ଼ିବ । ଜଳବାୟୁ ବୈଜ୍ଞାନିକଙ୍କ ଅନୁସାରେ, ବର୍ତ୍ତମାନର ଜଳବାୟୁ ନୀତି ଯୋଗୁ ବିଶ୍ୱତାପନ ୨୦୮୦-୨୧୦୦ ମସିହା ଆଡ଼କୁ ୨.୭ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବ । ଏଥିଯୋଗୁ ଭୀଷଣ ଗ୍ରୀଷ୍ମପ୍ରବାହ, ଝଡ଼, ବନ୍ୟା, ସମୁଦ୍ର ଜଳପତ୍ତନ ବୃଦ୍ଧି ଭଳି ବିପର୍ଯ୍ୟୟ ଲଗାତର ଭାବେ ଜୀବଜଗତକୁ ପ୍ରଭାବିତ କରିବ ।

ଏହାଫଳରେ ପରିବେଶର ସନ୍ତୁଳନ ବିଗିଡ଼ିଯିବ ଏବଂ ଏକ ସମୟରେ କେଉଁଠି ଭୀଷଣ ଗ୍ରୀଷ୍ମ ତା କେଉଁଠି ଝଡ଼ବାତ୍ୟା ତ ଆଉ କେଉଁଠି ବିନାଶକାରୀ ବନ୍ୟା ଭଳି ବିପର୍ଯ୍ୟୟ ମାଡ଼ିଆସିବ । ଗ୍ଲୋବାଲ ସିଷ୍ଟମ ଇନ୍‌ଷ୍ଟିଚ୍ୟୁଟ ନିର୍ଦ୍ଦେଶକ ପ୍ରଫେସର ଟିମ୍‌ ଲେଣ୍ଟନ କହିଛନ୍ତି, ବୈଶ୍ୱିକ ତାପମାତ୍ରା ବୃଦ୍ଧି ଯୋଗୁ କିପରି ଆର୍ଥିକ କ୍ଷତି ଘଟିବ ସେ ନେଇ ଅନେକ ରିପୋର୍ଟ ପ୍ରକାଶ ପାଉଛି । କିନ୍ତୁ ଏଥିଯୋଗୁ ଯେଉଁ ମାନବୀୟ ସଙ୍କଟ ସୃଷ୍ଟି ହେବ ଏବଂ ମଣିଷକୁ କିପରି ଏହାର ମୂଲ୍ୟ ଦେବାକୁ ପଡ଼ିବ ତାହା ଉପରେ ଗୁରୁତ୍ୱ ଦିଆଯିବା କଥା । ଅଧ୍ୟୟନକାରୀଙ୍କ କହିବା ଅନୁସାରେ, ଏକବିଂଶ ଶତାବ୍ଦୀର ଶେଷ ଆଡ଼କୁ ଆନୁମାନିକ ୯୫୦ କୋଟି ଲୋକଙ୍କ ୨୨ରୁ ୩୯ ପ୍ରତିଶତ ଭାଗ ଭୀଷଣ ତାପମାତ୍ରା ବୃଦ୍ଧି କବଳରେ ଆସିଯିବେ । ଯଦି ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ କୌଣସି ପ୍ରକାରେ ୨.୭ ଡିଗ୍ରୀରୁ ୧.୫ ଡିଗ୍ରୀରେ ସୀମିତ କରାଯାଇପାରିବ ତେବେ ଭୟଙ୍କର ଭାବେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସଂଖ୍ୟା ୨୨%ରୁ କମି ୫%କୁ ଆସିଯିବ ।