PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବନ୍ଦ ହୋଇଯିବ ଏହି ବଡ଼ ବ୍ୟାଙ୍କ,ନିଜର ଟଙ୍କା ବାହାର କରିବାକୁ ଶୀଘ୍ର କରନ୍ତୁ ଏହି କାମ

ନୂଆଦିଲ୍ଲୀ,୨୦।୭: ସାଧାରଣ ଲୋକ ନିଜର କଷ୍ଟ ଉପାର୍ଜିତ ଅର୍ଥ ଓ ଜୀବନ ସାରାର ପୁଞ୍ଜି ବ୍ୟାଙ୍କରେ ଜମା ରଖିଥାଏ। କାରଣ ତା’ର ଟଙ୍କା ସୁରକ୍ଷିତ ରହିବା ସହ କିଛି ସୁଦ୍ଧ ମଧ୍ୟ ମିଳିବ। କିନ୍ତୁ ଜମାକାରୀଙ୍କ ନିକଟରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ ଯେତେବେଳେ ବ୍ୟାଙ୍କ ବନ୍ଦ ହୋଇଯାଇଥାଏ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଗ୍ରାହକଙ୍କୁ ଟଙ୍କାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କିଛି ନିୟମ କରିଛନ୍ତି ଯାହାଫଳରେ ଟଙ୍କା ମିଳିହେବ। ଏବେ ଜଣାପଡିଛି ଯେ, ଭୋଡାଫୋନ-ଆଇଡିଆ ଟେଲିକମ୍ କମ୍ପାନୀ ଆଦିତ୍ୟ ବିର୍ଲା ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି।

ଏହି ବ୍ୟାଙ୍କ ଆରମ୍ଭ ହେବାର ମାତ୍ର ୧୭ ମାସ ମଧ୍ୟରେ ବନ୍ଦ ହୋଇଯିବାର ନିଷ୍ପତ୍ତି ନେଇଛି। ନିକଟରେ ଭୋଡାଫୋନର ଏମ୍ ପୈସା ପେମେଣ୍ଟ ବ୍ୟାଙ୍କ ବନ୍ଦ ହୋଇଥିଲା। ବ୍ୟାଙ୍କର କିଛି କର୍ମଚାରୀଙ୍କ ବଦଳି ଆଦିତ୍ୟ ବିର୍ଲା ଗ୍ରୁପର ଅନ୍ୟ କମ୍ପାନୀକୁ କରିଦିଆଯାଇଥିଲା।  ଭୋଡାଫୋନ-ଆଇଡିଆର ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର ବ୍ୟାଙ୍କ ବନ୍ଦ କରିବାର ରେଗୁଲେଟରିକୁ ଆପ୍ରୁଭାଲ ମିଳିସାରିଛି।

ଆଦିତ୍ୟ ବିର୍ଲା ମେମେଣ୍ଟ ବ୍ୟାଙ୍କ ଆଇଡିଆ ସେଲ୍ୟୁଲାର ଓ ଆଦିତ୍ୟ ବିର୍ଲା ନୁଭେ ଲିମିଟେଡର ଜଏଣ୍ଟ ଭେଞ୍ଚର ଅଟେ। ଏଥିରେ ଆଦିତ୍ୟ ବିର୍ଲା ନୁଭୋ ଲିମିଟେଡର ୫୧% ଅଂଶ ରହିଛି। ଆଇଡିଆ ସେଲ୍ୟୁଲାରର ୪୯ ପ୍ରତିଶତ ସେୟାର କରିଛି। ଏବେ ଆମ ଦେଶରେ ମୋଟ ୭ ପେମେଣ୍ଟ ବ୍ୟାଙ୍କ ରହିଛି, ଯାହାଭିତରେ ଏହା ରହିଛି। ଏହି ବ୍ୟାଙ୍କ ଏବେ ଲୋକମାନଙ୍କୁ ତାଙ୍କର ଟଙ୍କା ଫେରାଇ ଦେବ ବୋଲି କହିଛି।

ଆଦିତ୍ୟ ବିର୍ଲା ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ନିଜର ଗ୍ରାହକଙ୍କୁ କହିଛି, ବ୍ୟାଙ୍କ ନିଜର ଟଙ୍କା ଫେରାଇ ଦେବାର ପ୍ରସ୍ତୁତ କରିଛି। ଏହି ବ୍ୟାଙ୍କ ଆରବିଆଇର ନିର୍ଦେଶାନୁସାରେ ପରିଚାଳନା କାମ ଜାରି ରଖିବ, ଯାହାଫଳରେ ଜମା ଟଙ୍କା ବାହାରିବାରେ କିଛି ଅସୁବିଧା ହେବ ନାହିଁ। ବ୍ୟାଙ୍କ ପାଖରେ ପ୍ରାୟ ନଗଦ ୨୦ କୋଟି ଟଙ୍କା ରହିଛି।