କଂଗ୍ରେସକୁ ମନାଇବାକୁ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଏମ୍ କେଜ୍ରିଓ୍ବାଲ, ମାଗିଲେ ସମୟ…

ନୂଆଦିଲ୍ଲୀ, ୨୬/୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଭାରତୀୟ ଜନତା ପାର୍ଟି ସରକାର ଦ୍ବାରା ପାରିତ ଅଧ୍ୟାଦେଶ ବିରୋଧରେ ସଂସଦରେ କଂଗ୍ରେସର ସମର୍ଥନ ମାଗିବା ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କ ଭେଟିବାକୁ ସମୟ ମାଗିଛନ୍ତି । ସିଏମ ଅରବିନ୍ଦ କେଜ୍ରିଓ୍ବାଲ ଶୁକ୍ରବାର ନିଜ ଟ୍ବିଟରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଅଲୋକତାନ୍ତ୍ରିକ ଏବଂ ଅସମ୍ବିଧାନିକ କହିଛନ୍ତି ।
Sought time this morning to meet Cong President Sh Kharge ji and Sh Rahul Gandhi ji to seek Cong support in Parl against undemocratic n unconstitutional ordinance passed by BJP govt and also to discuss general assault on federal structure and prevailing political situation
— Arvind Kejriwal (@ArvindKejriwal) May 26, 2023
ଦିଲ୍ଲୀର ସିଏମ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଏହି ବୟାନ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ବିପକ୍ଷୀ ଦଳକୁ ସହଯୋଗ ହାସଲ କରିବା କ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ରର ପୂର୍ବତନ ସିଏମ୍ ଏବଂ ଶିବସେନା ୟୁବିଟିର ପ୍ରମୁଖ ଉଦ୍ଧବ ଠାକରେ ଏବଂ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ଦେଇଛନ୍ତି । ଗୁରୁବାର ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ସେ ଗଣମାଧ୍ୟମ ସହ କଥା ହେବା ସମୟରେ ବି ଏହି କଥା କହିଥିଲେ କି ସେ ଖୁବଶୀଘ୍ର ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ହାସଲ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଓ୍ବାୟନାଡ଼ଠାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ । ତାଙ୍କର ଏହି ବୟାନର ଗୋଟିଏ ଦିନ ପରେ ସେ ଶୁକ୍ରବାର ଉଭୟଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।
ସିଏମ୍ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ବିପକ୍ଷ ଦଳର ସମର୍ଥନ ହାସଲ କରିବା ଲାଗି ମଙ୍ଗଳବାର ଦିଲ୍ଲୀରୁ ବାହାରକୁ ଯାଇଛନ୍ତି । ଏହି ଗସ୍ତରେ ଏବେ ପର୍ଯ୍ୟନ୍ତ ଜନତା ଦଳ ୟୁନାଇଟେଡ, ରାଷ୍ଟ୍ରୀୟ ଜନତା ଦଳ, ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ, ଶିବସେନା ୟୁବିଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସମର୍ଥନ ମିଳିଛି । ବାମପନ୍ଥୀ ଦଳରୁ ଆପକୁ ସମର୍ଥନ ମିଳିବାକୁ ପୂରା ଆଶା ରହିଛି । ଏବେ ସେ କଂଗ୍ରେସରୁ ସମର୍ଥନ ହାସଲ କରିବା ଲାଗି ଦଳର ଶୀର୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । କୁହାଯାଉଛି କି ସିଏମ୍ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ରର ଅଧ୍ୟାଦେଶକୁ ଦେଶର ଲୋକତାନ୍ତ୍ରିକ ଢାଞ୍ଚା ବିରୋଧରେ କଡ଼ା ଟକ୍କର ଦେଇଛନ୍ତି । ସେ କହିଛନ୍ତି କି ଏହା ସୁପ୍ରିମକୋର୍ଟର ନିଷ୍ପତ୍ତିର ଅପମାନ ଅଟେ ।