ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନାମାଙ୍କନ ଦାଖଲ କରିପାରିଲେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲେ

Published By : Tapas Panda | January 13, 2025 4:50 PM

Image Courtesy: indiatvnews

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ନେତ୍ରୀ ଆତିଶୀ ସୋମବାର ନିଜର ନାମାଙ୍କନ ଦାଖଲ କରିପାରି ନାହାନ୍ତି । କାଲକାଜୀ ଆସନରୁ ପ୍ରାର୍ଥୀ ହୋଇଥିବା ଆତିଶୀ ଆଜି ନାମାଙ୍କନ ଦାଖଲ କରିବାରେ ବିଫଳ ହୋଇଛନ୍ତି । ଆଜି ତାଙ୍କ ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ମଧ୍ୟ ସାମିଲ ଥିଲେ । ନାମାଙ୍କନ ଦାଖଲ ନକରି ଆତିଶୀ ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଛନ୍ତି । ବିଶେଷ କରି ପାଟପରଗଞ୍ଜରୁ ଆପ୍‌ ପ୍ରାର୍ଥୀ ଅଓ୍ବଧ ଓଝାଙ୍କ ଭୋଟ୍‌ ଟ୍ରାନ୍ସଫରକୁ ନେଇ ଆପ୍‌ରେ ଚିନ୍ତା ବୃଦ୍ଧି ପାଇଛି । 

ଏହାକୁ ନେଇ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଓ୍ବଧ ଓଝାଙ୍କ ଭୋଟ୍‌ ଗ୍ରେଟର ନୋଏଡାରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଇବାର ଅଛି । ଏନେଇ ଜାନୁଆରୀ ୭ରେ ଫର୍ମ-୮ ପୂରଣ କରି ନିର୍ବାଚନ ଆୟୋଗଙ୍କୁ ଦେଇଥିଲେ ଆପ୍‌ ପ୍ରାର୍ଥୀ ଅଓ୍ବଧ ଓଝା । କିନ୍ତୁ ଏହି ଫର୍ମ ପୂରଣ କରିବାର ଶେଷ ତାରିଖକୁ ନିର୍ବାଚନ ଆୟୋଗ କମାଇ ଜାନୁଆରୀ ୬ କରିଦେଇଥିବା ନେଇ ଆପ୍‌ ଅଭିଯୋଗ କରିଛି । ତେବେ ଦିଲ୍ଲୀ ନିର୍ବାଚନ ଆୟୋଗ ଏଭଳି କରି ଓଝାଙ୍କୁ ନିର୍ବାଚନ ମୈଦାନରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଦାବି କରିଛି ଆପ୍‌ । 

ଯଦିଓ ନିର୍ବାଚନ ଆୟୋଗଙ୍କ ପାଖରୁ ଡାକରା ମିଳିନାହିଁ ତଥାପି ଦଳୀୟ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବାକୁ ସେଠାରେ ଡେରା ପକାଇବ ବୋଲି କେଜ୍ରିଓ୍ବାଲ କହିଛନ୍ତି । ତେବେ ଏହି ପ୍ରତିନିଧିଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ଆପ୍‌ ସାଂସଦ ସଂଜୟ ସିଂ ଓ ରାଘବ ଚଢ଼ା ପ୍ରମୁଖ ସାମିଲ ରହିବେ ବୋଲି ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.