ଭୁବନେଶ୍ୱର,୨୯/୦୧: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ‘ନବ ଦାସଙ୍କ ମୃତ୍ୟୁ ଖବର ଶୁଣି ମୁଁ ସ୍ତବ୍ଧ ଏବଂ ମର୍ମାହତ। ଡାକ୍ତରୀ ଦଳ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସବୁପ୍ରକାର ଉଦ୍ୟମ କରିଥିଲେ। ହେଲେ ଦୁର୍ଭାଗ୍ୟ ଯେ ତାଙ୍କର ପରଲୋକ ହୋଇଛି।‘
wp:html/wp:htmlରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା @bjd_odisha ର ନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଶୋକରେ ମ୍ରିୟମାଣ। ତୃଣମୂଳସ୍ତର ନେତା ଭାବେ ତାଙ୍କ ପ୍ରତି ଲୋକଙ୍କ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ରହିଛି। ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି। ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ।
— Naveen Patnaik (@Naveen_Odisha) January 29, 2023
ନବୀନ ଆହୁରି କହିଛନ୍ତି ‘ନବ ଦାସ ଉଭୟ ସରକାର ଓ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲେ। ସେ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗରେ ବହୁ କାମ କରିଛନ୍ତି। ଜଣେ ନେତା ଭାବେ ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କର୍ଯ୍ୟ କରିଛନ୍ତି। ସେ ଜଣେ ତୃଣମୂଳ ସ୍ଥଳର ନେତା ଥିଲେ, ତାଙ୍କୁ ସବୁ ଦଳର ନେତା ଭଲ ପାଉଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ହୋଇଛି।‘