PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ହୁସେନ୍ ରବି ଗାନ୍ଧୀଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ- ବିଜେଡିକୁ ମଜବୁତ କରିବାରେ ତାଙ୍କର ରହିଛି ଅନେକ ଅବଦାନ

ଭୁବନେଶ୍ବର,୨୮।୧: ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ରାଜନେତା ହୁସେନ ରବି ଗାନ୍ଧୀ। ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ବଗର୍ତ ଗାନ୍ଧୀ ଜ​‌ଣେ ବରିଷ୍ଠ ନେତା। ତାଙ୍କର ବିଜୁ ବାବୁ ଓ ପରେ ବିଜୁ ଜନତା ଦଳ(ବିଜେଡି) ସହିତ ଦୀର୍ଘ ଦିନର ସମ୍ପର୍କ ଥିଲା। ବିଜେଡିକୁ ମଜବୁତ କରିବାରେ ସେ ବିପୁଳ ଅବଦାନ ଦେଇଛନ୍ତି ଏବଂ ବିଜୁ ବାବୁ ଏବଂ ବିଜେଡିର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଛନ୍ତି।

ସେ ଜଣେ ପ୍ରତିଷ୍ଠିତ ଲେଖକ ଥିଲେ ଏବଂ ଓଡିଆ ସାହିତ୍ୟ ପାଇଁ ତାଙ୍କର ଅନେକ  ଅବଦାନ  ବୋଲି ସିଏମ୍ କହିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ବଡ କ୍ଷତି। ହୁସେନଙ୍କ ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, କଟକ ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ​‌ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ୧୯୮୮ରେ ସେ ବିଜେଡିରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି।