ଭୁବନେଶ୍ବର, ୨୨।୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯  ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି।  ୯ଟି ଜିଲ୍ଲା ପାଇଁ ୯ ମନ୍ତ୍ରୀଙ୍କୁ ଦାୟିତ୍ବ  ଦେଇଛନ୍ତି। ମନ୍ତ୍ରୀମାନେ ବାତ୍ୟା ମୁକାବିଲାର ତଦାରଖ ଦାୟିତ୍ବ ତୁଲାଇବେ  । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ କେନ୍ଦ୍ରାପଡ଼ା ଓ  ପ୍ରଭାତୀ ପରିଡାଙ୍କୁ ପୁରୀ ଜିଲ୍ଲା ବାତ୍ୟା ମୁକାବିଲା ଦାୟିତ୍ବ ପ୍ରଦାନ କରାଯାଇଛି । 

ସେହିପରି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁଙ୍କୁ ଜଗତସିଂହପୁର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ ବାଲେଶ୍ବର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଭଦ୍ରକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜ, ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ଗଞ୍ଜାମ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କେନ୍ଦୁଝର ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ କଟକ   ଜିଲ୍ଲା ଦାୟିତ୍ବ ଦେଇଛନ୍ତି ।

ସେହିପରି ବାତ୍ୟା ପ୍ରଭାବିତ ଜିଲ୍ଲାରେ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୬ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।